କାରଗିଲ ବିଜୟ ଦିବସ
1 min read
୧୯୯୯ ମସିହା ଜୁଲାଇ ୨୬ରେ କାରଗିଲ ଯୁଦ୍ଧରେ ବିଜୟୀ ହୋଇଥିଲା ଭାରତ। ଭାରତୀୟ ସୈନ୍ୟଙ୍କ ଅଦମ୍ୟ ସାହସ ଏବଂ ବୀରତ୍ଵ ଆଗରେ ହାର୍ ମାନିଥିଲା ପାକିସ୍ତାନ। ଏହି ଯୁଦ୍ଧରେ ୫୨୭ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଓଡ଼ିଶାର ୧୨ ଜଣ ବୀର ଯବାନ।
କାରଗିଲ ଯୁଦ୍ଧରେ ପ୍ରାଣବଳି ଦେଇଥିବା ଓଡ଼ିଆ ଯବାନମାନେ ହେଲେ, ମେଜର ପଦ୍ମପାଣି ଆଚାର୍ଯ୍ୟ, ଫ୍ଲାଇଟ ଇଞ୍ଜିନିୟର ରାଜ କିଶୋର ସାହୁ, ନାଏକ ସଚିଦାନନ୍ଦ ମଲ୍ଲିକ, ଲାନ୍ସ ନାଏକ ରାମ କୁମାର ପ୍ରଧାନ, ଲାନ୍ସ ନାଏକ ମାନସ ରଞ୍ଜନ ସାହୁ, ହାବିଲଦାର ଗଙ୍ଗାରାମ ଦାସ, ରାଇଫଲ ମ୍ୟାନ ଲିଙ୍କନ ପ୍ରଧାନ, ଶ୍ରୀନିବାସ ପାତ୍ର, ବୁଧୁ ରାମ, ନିରଞ୍ଜନ ବେହେରା, ଗୋପୀନାଥ ମହାରଣା ଏବଂ ସିଗ୍ନାଲ ମ୍ୟାନ ରାଜନ ସାହୁ।
କାରଗିଲ ଯୁଦ୍ଧକୁ ୨୬ ବର୍ଷ ବିତିଥିଲେ ମଧ୍ୟ ଭାରତୀୟମାନେ ଦେଶ ପାଇଁ ଜୀବନ ଦେଇଥିବା ସେହି ବୀର ଯବାନଙ୍କୁ ମଧ୍ୟ ଭୁଲି ନାହାଁନ୍ତି।