December 12, 2025

ଝାରସୁଗୁଡ଼ା ସଶସ୍ତ୍ର ଡକାୟତି ମାମଲା

1 min read

ଝାରସୁଗୁଡ଼ା : ଗତ ସପ୍ତାହରେ ଝାରସୁଗୁଡ଼ା ସହରରେ ଜଣେ ବ୍ୟବସାୟୀଙ୍କୁ ଯୋଜନାବଦ୍ଧ ଭାବେ ଆକ୍ରମଣ କରି ସଶସ୍ତ୍ର ଡକାୟତି ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଝାରସୁଗୁଡ଼ା ପୁଲିସ ଦୁଇ ଜଣ ନାବାଳକ ଓ ଜଣେ ମହିଳାଙ୍କ ସମେତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ପୁଲିସ ନଗଦ ଟଙ୍କା, ସୁନାରୁପା, ଦେଶୀବନ୍ଧୁକ, କାର, ବାଇକ୍‌ ଓ ମୋବାଇଲ ଜବତ କରିଛି।

ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ କହିଛନ୍ତି, ଗତ ୧୯ ତାରିଖ ରାତିରେ ସ୍ଥାନୀୟ ବିନାୟକପୁରମ ଗଳିସ୍ଥିତ ପାନମସଲା ବ୍ୟବସାୟୀ ମୁକେଶ ବୁଚୱାନୀଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିଲା। ୪ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପରିବାର ସଦସ୍ୟଙ୍କୁ ବନ୍ଧକ ରଖିବା ସହିତ ଶ୍ରୀ ବୁଚୱାନୀଙ୍କୁ ଛୁରାମାଡ଼ କରି ତମାମ ଟଙ୍କା, ଗହଣା ଲୁଟ କରି ନେଇଥିଲେ। ଏନେଇ ଅଭିଯୋଗ ହେଲା ପରେ ୧୦ରୁ ଅଧିକ ଟିମ୍‌ ପଡ଼ୋଶୀ ଜିଲ୍ଲା ଓ ରାଜ୍ୟ ବାହାରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସପଳ ହୋଇଛ। ଏହି ଘଟଣାର ମାଷ୍ଟରମାଇଣ୍ଡ ହେଉଛି ଅଶୋକ ପଣ୍ଡା ଥିଲା।