ବେଆଇନ୍ ନିଶାଦ୍ରବ୍ୟ ଚୋରା ଚାଲାଣକୁ ରୋକ୍ ଲଗାଇବା ପାଇଁ ପୁଲିସ୍ ଧରପଗଡ ଅଭିଯାନ
1 min read
ଜମନକିରା: ସମ୍ବଲପୁର ଏସପି ମୁକେଶ କୁମାର୍ ଭାମୁଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ବେଆଇନ୍ ନିଶାଦ୍ରବ୍ୟ ଚୋରା ଚାଲାଣକୁ ରୋକ୍ ଲଗାଇବା ପାଇଁ ପୁଲିସ୍ ଧରପଗଡ ଅଭିଯାନ ଚଳାଇଛି। ଏହି ଅଭିଯାନକୁ ଜୋରଦାର କରି ଜମନକିରା ପୁଲିସ୍ ଏକ ବଡ଼ ସଫଳତା ହାସଲ କରିଛି। ରବିବାର ଅପରାହ୍ଣରେ ଜମନକିରା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁଚିଣ୍ଡା ଏସ୍ଡିପିଓ ପ୍ରଦୀପ୍ତ କୁମାର ଦାଶ ସୂଚନା ଦେଇ କହିଥିଲେ ଯେ ଗତ ଦୁଇ ମାସ ହେଲା ଜିଲ୍ଲାରେ ବ୍ୟାପକ ପରିମାଣର ନିଶାଦ୍ରବ୍ୟ ଚୋରା ଚାଲାଣ ହେଉଛି।
ଗତ ୧୭ ତାରିଖ ଅପରାହ୍ନ ଦେଢ଼ଟାରେ ଜମନକିରା ଥାନା ଆଇଆଇସି ପଦ୍ମାଳୟା ସାହୁଙ୍କ ନିର୍ଦ୍ଦେଶରେ ଏସଆଇ ସନ୍ତୋଷ ସ୍ୱାଇଁ ଏବଂ ପୁଲିସ ଟିମ୍ (ଏନ୍ଏଚ୍ ୫୩) ଉପରେ ଚେପଟାମ୍ବ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ। ପୁଲିସକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା। ସେହି ରାସ୍ତା ଦେଇ ଯାଉଥିବା ଏକ ସିଲଭର୍ ରଙ୍ଗର ଏକ କାର (ଓଡ଼ି ୦୨ଭି ୦୯୧୯)କୁ ପୁଲିସ ଟିମ୍ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଦୁଇଟି ପ୍ଲାଷ୍ଟିକ୍ ବ୍ୟାଗରେ ମୋଟ୍ ୨୫ କିଲୋ ୪୫୦ ଗ୍ରାମ ଗଞ୍ଜେଇ ରହିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓ ସ୍ଥାନୀୟ ସାକ୍ଷୀ ମାନଙ୍କ ସମ୍ମୁଖରେ ଓଜନ କରିବାରୁ ଗୋଟିଏ ପ୍ଲାଷ୍ଟିକ ବ୍ୟାଗ୍ରେ ୧୬ କିଲୋ ୫୦୦ ଗ୍ରାମ ଥିବା ବେଳେ ଅନ୍ୟ ଏକ ବ୍ୟାଗ ରେ ୮ କିଲୋ ୯୫୦ ଗ୍ରାମ ଗଞ୍ଜେଇ ଭର୍ତ୍ତି ଥିବା ଜଣା ପଡିଥିଲା।


