ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି,ଶିକ୍ଷା ବିଭାଗର ନିୟମକୁ ଅବହେଳା କରିବା
1 min read
ପୁରୀ : ଶିକ୍ଷା ବିଭାଗର ନିୟମକୁ ଅବହେଳା କରିବା ଏବେ ପୁରୀ ଜିଲ୍ଲାର ୭୨ ଜଣ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି। ସରକାରୀ ସଚେତନତା କାର୍ଯ୍ୟକ୍ରମର ରିପୋର୍ଟ ଦାଖଲ ନକରିବା ଏବଂ ୟୁଟିଲାଇଜେସନ ସାର୍ଟିଫିକେଟ୍ (UC) ଦେଇନଥିବା ଅଭିଯୋଗରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଦୀପକ କୁମାର ପାଢ଼ୀ ଏହି ୭୨ ଜଣଙ୍କ ଜାନୁଆରୀ ମାସର ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ବର୍ଷ ବର୍ଷା ଦିନେ ବିଦ୍ୟାଳୟଗୁଡ଼ିକରେ ‘ସର୍ପାଘାତ ଏବଂ ବଜ୍ରପାତରୁ ସୁରକ୍ଷା’ ସମ୍ପର୍କରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ସଚେତନ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସଚେତନତା ଶିବିର ଆୟୋଜନ କରିବା ପାଇଁ ପ୍ରତ୍ୟେକ ପ୍ରଧାନଶିକ୍ଷକଙ୍କୁ ୪,୫୦୦ ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯାଇଥିଲା।


