ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ
1 min read
ଇସ୍ରାଏଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଯାଇ ତେଲ ଅଭିଭରେ ପହଞ୍ଚିଛନ୍ତି। ଇସ୍ରାଏଲୀ ପ୍ରତିନିଧି ବେଞ୍ଜାମିନ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ମୋଦୀ ଇସ୍ରାଏଲ ଯାଇଛନ୍ତି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀ ସାରା ନେତାନ୍ୟାହୁଙ୍କ ସହିତ ବେନ୍ ଗୁରିଅନ୍ ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିଥିଲେ। ଯାହା ଦୁଇ ନେତାଙ୍କ ମଧ୍ୟରେ ଘନିଷ୍ଠ ବ୍ୟକ୍ତିଗତ ସମ୍ପର୍କକୁ ସ୍ପଷ୍ଟ କରିଥିଲା। ମୋଦୀ ପହଞ୍ଚିବା ପରେ ଦୁଇ ପ୍ରଧାନମନ୍ତ୍ରୀ ପରସ୍ପରକୁ ଆଲିଙ୍ଗନ କରିଥିଲେ। ମୋଦୀ ଶେଷଥର ପାଇଁ ୨୦୧୭ ମସିହାରେ ଇସ୍ରାଏଲ ଗସ୍ତ କରିଥିଲେ। ଏହା ତାଙ୍କର ଦ୍ୱିତୀୟ ଗସ୍ତ। ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ପ୍ରଥମେ ଇସ୍ରାଏଲ ଗସ୍ତ କରିଛନ୍ତି।


