March 11, 2026

ଗାଜାରେ ଆକ୍ରମଣ ବନ୍ଦ କରିବାକୁ ଅନ୍ତର୍ଜାତୀୟ ସ୍ତରରେ ଦାବି

1 min read

ଗାଜାରେ: ଗାଜାରେ ଆକ୍ରମଣ ବନ୍ଦ କରିବାକୁ ଅନ୍ତର୍ଜାତୀୟ ସ୍ତରରେ ଦାବି ହେଉଥିବାବେଳେ ଇସ୍ରାଏଲ ଚୁପ ହେଉନାହିଁ। ଗାଜାରେ ଇସ୍ରାଏଲ ପକ୍ଷରୁ ବାରମ୍ବାର ଆକ୍ରମଣ ଜାରି ରହିଛି। ମଙ୍ଗଳବାର ଇସ୍ରାଏଲ ଗାଜାରେ ଏୟାରଷ୍ଟ୍ରାଇକ କରିଛି। ଆକାଶମାର୍ଗରୁ ବୋମା ବର୍ଷଣ କରିବା ଫଳରେ ୫୫ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ ସମୟରେ ୨ଟି ବାସଗୃହ ଉପରେ ବୋମା ମାଡ଼ କରାଯାଇଛି। ଯେଉଁଥିରେ ଶିଶୁ ଓ ମହିଳାଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ଏକ ସ୍କୁଲ ଉପରେ ବୋମା ବର୍ଷଣ କରାଯାଇଛି। ଏଠାରେ ବିସ୍ଥାପିତମାନେ ଆଶ୍ରୟ ନେଉଥିଲେ। ଏଠାରେ ପ୍ରାୟ ୩୭ ଜଣଙ୍କ ମୃତ୍ୟୁ ଘଟିଛି। ଗତ ସୋମବାର ଇସ୍ରାଏଲ ପକ୍ଷରୁ ଦକ୍ଷିଣ ଗାଜାର ଖାନ ୟୁନିସ ସହର ଖାଲି କରିବାକୁ ସତର୍କ କରାଯାଇଥିଲା। ଇସ୍ରାଏଲ ପକ୍ଷରୁ ଏଠାରେ ଯେକୌଣସି ମୁହୂର୍ତ୍ତରେ ଆକ୍ରମଣ କରାଯାଇପାରେ ବୋଲି କୁହାଯାଇଥିଲା।