April 3, 2026

ଆମେରିକା ଏଫ-୩୫ ଲଡୁଆ ଯୁଦ୍ଧବିମାନକୁ ଗୁଳି କରି ଖସାଇବା ନେଇ ଇରାନର ଦାବୀ

1 min read

ତେହେରାନ: ଆମେରିକା ଏଫ-୩୫ ଲଡୁଆ ଯୁଦ୍ଧବିମାନକୁ ଗୁଳି କରି ଖସାଇବା ନେଇ ଇରାନର ଦାବୀ। ଏହି ଆମେରିକୀୟ ବିମାନଟି ସେଣ୍ଟ୍ରାଲ ଇରାନ ଉପରେ ବିମାନଟି ଖସିଥିବା ନେଇ ଇରାନ କହିଛି। ଇରାନର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି ଯେ, ଏହି ଆକ୍ରମଣ​‌ରେ ଲଢ଼ୁଆ ବିମାନଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ବିମାନର ଗୁରୁତର କ୍ଷତି ଯୋଗୁଁ ପାଇଲଟ୍ ବିଷୟରେ କୌଣସି ସୂଚନା ମିଳିନାହିଁ। ଆକ୍ରମଣ​‌ରେ ଯୋଗୁଁ ପାଇଲଟ୍ ବିମାନରୁ ବାହାରକୁ ବାହାରିବାରେ ସଫଳ ହେବାର ସମ୍ଭାବନା କମ୍,ପାଇଲଟ ଜଣକ ବଞ୍ଚିବା ଅସମ୍ଭବ।

ତଥାପି ଆମେରିକୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ଯଦି ଇରାନର ଦାବି ସତ ହୁଏ ।ତେବେ ଏହା ଆମେରିକା ପ୍ରତି ଇରାନର ପ୍ରତି ଆକ୍ରମଣ ହେବ। କାରଣ ଆମେରିକାର ଏହି ଏଫ-୩୫ ଲଡୁଆ ବିମାନ ରାଡାର ଚିହ୍ନଟକୁ ଏଡ଼ାଇବା ଏବଂ ପ୍ରବଳ ପ୍ରତିରକ୍ଷିତ ଆକାଶ ସୀମା ଭିତରେ କାର୍ଯ୍ୟ କରିବା ପାଇଁ ସକ୍ଷମ ସବୁଠାରୁ ଉନ୍ନତ ଆମେରିକୀୟ ଗୁପ୍ତ ଯୁଦ୍ଧ ବିମାନ ମଧ୍ୟରୁ ଗୋଟିଏ।