ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ଅସ୍ଥାୟୀ ଯାତ୍ରା ପୀଠରେ ଶୁଭଖୁଣ୍ଟି ସ୍ଥାପନ
1 min read
ଦିଗପହଣ୍ଡି: ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା ’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି ଗାନ୍ଧୀ ଛକସ୍ଥିତ ଅସ୍ଥାୟୀ ଯାତ୍ରା ପୀଠରେ ଶୁଭଖୁଣ୍ଟି ସ୍ଥାପନ କରା ଯାଇଛି। ଆସନ୍ତା ୩୦ ତାରିଖରୁ ୮ ଦିନ ବ୍ୟାପୀ ଏହି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ଗୁରୁବାର ବିଳମ୍ବିତ ରାତିରେ ଶୁଭ ଖୁଣ୍ଟ ସ୍ଥାପନ ହୋଇଯାଇଛି । ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ମା ’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପଣ୍ତିତ ସନାତନ ରଥ ଶର୍ମାଙ୍କ ତତ୍ତାବଧାନରେ ପୂର୍ବ ପ୍ରଚଳିତ ନିତିକାନ୍ତି ଅନୁଯାୟୀ ମା ’ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମା’ ଙ୍କ ଆଜ୍ଞାମାଳକୁ ବାଉଁଶ ଖୁଣ୍ଟିରେ ବନ୍ଧାଯାଇ ଆତସବାଜି, ନୃତ୍ୟ ଗୀତ, ବାଦ୍ୟ ବାଜଣା ସହକାରେ ବିରାଟ ଶୋଭାଯାତ୍ରାରେ ବଜାର ସାହି ପରିକ୍ରମା କରାଯାଇ ବିଳମ୍ବିତ ରାତିରେ ଅସ୍ଥାୟୀଯାତ୍ରା ପୀଠକୁ ଅଣାଯାଇଥିଲା। ସେଠାରେ ବିଧି ମୁତାବକ ପୂଜାର୍ଚ୍ଚନା କରାଯିବା ପରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଆସନ୍ତା ୨୯ ତାରିଖ ଆଶ୍ୱିନ କୃଷ୍ଣ ପକ୍ଷ ମହାସପ୍ତମୀ ତିଥିରେ ମା’ ବୁଢ଼ୀ ଠାକୁରାଣୀଙ୍କୁ ମନ୍ଦିର ପରିସରରୁ ଅସ୍ଥାୟୀ ଯାତ୍ରା ପୀଠକୁ ଅଣାଯିବ। ୩୦ ତାରିଖ ଠାରୁ ୮ ଦିନ ବ୍ୟାପୀ ଏହି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇ ଅକ୍ଟୋବର ୭ ତାରିଖ ଆଶ୍ୱିନ ଶୁକ୍ଳ ପକ୍ଷ ପୂର୍ଣ୍ଣମୀତିଥିରେ ଉଦ୍ଯାପିତ ହେବ। ସକାଳୁ ମା’ ବାହୁଡ଼ା ଯାତ୍ରାରେ ମନ୍ଦିରକୁ ଫେରିବେ ବୋଲି ଯାତ୍ରା ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରା ପରିଚାଳନା କମିଟି ସଭାପତି ବିକାଶ ପଶୁପାଳକ , ଉପସଭାପତି ଆଲୁ, ସୁଶାନ୍ତ , ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ , ସହ ସମ୍ପାଦକ ତଥା କାଉନସିଲର ଦୀପକ କୁମାର ମିଶ୍ର, କୋଷାଧ୍ୟକ୍ଷ ଆଶିଷ କୁମାର ପଟ୍ଟନାୟକ , ସହ କୋଷାଧ୍ୟକ୍ଷ କେ. ରାଜେନ୍ଦ୍ର , ଉପଦେଷ୍ଟା ଶିବ ଶଙ୍କର ମହାଙ୍କୁଡ , ସତ୍ୟ ନାରାୟଣ ଦାଶ , ଏନଏସି ନଗରପାଳ ପ୍ରଫୁଲ୍ଲ ପଣ୍ଡା , ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ , ଅର୍ଦ୍ଦୁ. ଗୋବିନ୍ଦ , କୁରେଶୁ ମହାରଣା , ପ୍ରଦୀପ କୁମାର ପଣ୍ଡା , କାଉନସିଲର ନୀଳମାଧବ ଗୌଡ , ସୁଶାନ୍ତ କୁମାର ପାତ୍ର , ରବିନ୍ଦ୍ର କୁମାର ମାର୍ଥା , କେ. କୁନା ଏବଂ ଦୁର୍ଗା ମେକାପ ସମେତ ସହସ୍ରାଧିକ ସହରବାସୀ ଶୁଭ ଖୁଣ୍ଟି ଶୋଭାଯାତ୍ରାରେ ଉପସ୍ଥିତ ଥିଲେ ।