October 14, 2025

ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସୁଥିବାରୁ ଭାରତ ଏବଂ ଚୀନ ମଧ୍ୟରେ ବିମାନ ସେବା ସିଧାସଳଖ ଆରମ୍ଭ କରିବ ଇଣ୍ଡିଗୋ

1 min read

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ଦୀର୍ଘ ୫ବର୍ଷ ହେବ ବିମାନ ସେବା ବନ୍ଦ ରହିଥିଲା । ଯାହା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସୁଥିବାରୁ ଭାରତ ଏବଂ ଚୀନ ମଧ୍ୟରେ ବିମାନ ସେବା ସିଧାସଳଖ ଆରମ୍ଭ କରିବ ଇଣ୍ଡିଗୋ ଏୟାରଲାଇନ୍‍ । ଚଳିତ ମାସ ୨୬ତାରିଖରୁ ଏହି ସେବା ଆରମ୍ଭ ହେବ । ବିମାନ ସେବର ଆରମ୍ଭ ପାଇଁ ଚୁକ୍ତିନାମା ସଂଶୋଧନ କରିବାକୁ ଦୁଇ ଦେଇ ମଧ୍ୟରେ ବୈଷୟିକ ସ୍ତରୀୟ ଆଲୋଚନା ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ଶେଷ ସୁଦ୍ଧା ବିମାନ ସେବା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଚୀନ୍‍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ନୂଆଦିଲ୍ଲୀ ଗସ୍ତ ପରେ ଏହି ବିମାନ ସେବା ପୁଣି ଆରମ୍ଭ କରିବାକୁ ପଦକ୍ଷେପ ନିଆଯାଇଛି ।