October 19, 2025

ନିରାଶ କଲେ ଭାରତର ଦୁଇ ମହାନ ଭାରତୀୟ ତାରକା ରୋହିତ ଶର୍ମା ଓ ବିରାଟ କୋହଲି

1 min read

ପର୍ଥ: ନିରାଶ କଲେ ଭାରତର ଦୁଇ ମହାନ ଭାରତୀୟ ତାରକା ରୋହିତ ଶର୍ମା ଓ ବିରାଟ କୋହଲି। ଆଜିଠୁ ପର୍ଥରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଏକଦିବସୀୟ ଶୃଙ୍ଖଳା ଆରମ୍ଭ ହୋଇଥିବା ବେଳେ ଭଲ ପ୍ରଦର୍ଶନ କରିପାରିନାହାନ୍ତି ବିରାଟ-ରୋହିତ୍। ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି ନେଥିବା ‌ବେଳେ ଆରମ୍ଭରୁ ଭାରତୀୟ ଦଳ ପ୍ରଶଂସକଙ୍କୁ ନିରାଶ କରିଛନ୍ତି।
ଚାମ୍ପିଅନ୍ସ ଟ୍ରଫି ବିଜୟ ପରର ଲମ୍ବା ବ୍ୟବଧାନ ପରେ ଦୁଇ ମହାନ ଭାରତୀୟ ତାରକା ରୋହିତ ଶର୍ମା ଓ ବିରାଟ କୋହଲି ଏକଦିବସୀୟ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବର୍ତ୍ତମାନ ପ୍ରତ୍ୟାବର୍ତ୍ତନ ମ୍ୟାଚ୍‌ରେ ବିରାଟ କୋହଲି ଏବଂ ରୋହିତ ଶର୍ମା ବିଶେଷ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ରୋହିତ ଶର୍ମା ୧୪ ବଲ୍‌ରେ ୮ ରନ୍ କରିଥିବା ବେଳେ କୋହଲି ୮ ବଲ୍‌ର ସମ୍ମୁଖୀନ ହୋଇଥିଲେ ଏବଂ ନିଜର ଖାତା ଖୋଲିପାରି ନଥିଲେ।