May 13, 2025

ଭାରତୀୟ ନାଗରିକଙ୍କୁ ଆମେରିକାରେ ୩୫ ବର୍ଷ ଜେଲ ଦଣ୍ଡାଦେଶ

1 min read

ଆମେରିକା: ସାମାଜିକ ଗଣମାଧ୍ୟମରେ ମିଥ୍ୟା ପରିଚୟ ଦେଇ ନାବାଳିକାଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଏବଂ ସେମାନଙ୍କୁ ଯୌନ ଶୋଷଣ କରିବା ମାମଲାରେ ଆମେରିକାରେ ଜଣେ ଭାରତୀୟ ନାଗରିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆମେରିକାର ଏକ ଜିଲା କୋର୍ଟ ସାଇ କୁମାର କୁରେମୁଲା ନାମକ ଏହି ଭାରତୀୟଙ୍କୁ ୩୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ସାଇ କୁମାର ଓକଲାହୋମାର ଏଡମଣ୍ଡ ସହରରେ ଅପ୍ରବାସୀ ଭିଜା ବଳରେ ରୁହନ୍ତି। ସାମାଜିକ ଗଣମାଧ୍ୟମରେ ସେ ନିଜକୁ କିଶୋର ଦର୍ଶାଇ ପିଲାମାନଙ୍କୁ ପ୍ରେମ ଜାଲରେ ଫସାଇ ସେମାନଙ୍କୁ ଯୌନ ଶୋଷଣ କରୁଥିଲେ। ଏକାଧିକ ନାବାଳିକାଙ୍କ ସହିତ ସେ ଏପରି କରିଥିବା ନେଇ ଅଭିଯୋଗ ହୋଇଥିଲା।

ଆମେରିକାର ଆଟର୍ଣ୍ଣି କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ୩ ଜଣ ନାବାଳିକାଙ୍କୁ ଯୌନ ଶୋଷଣ କରିବା ସହିତ ଅଶ୍ଳୀଳ ଫଟୋଚିତ୍ର ଭାଇରାଲ କରିବା ମାମଲାରେ ଆମେରିକାର ଜିଲା ଜଜ ଚାର୍ଲ୍ସ ଗୁଡୱିନ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ନାବାଳିକାଙ୍କ ସହିତ ଏପରି ଘୃଣ୍ୟ ଅପରାଧ କରୁଥିବା ବ୍ୟକ୍ତିମାନଙ୍କ ଲାଗି ଏହି ଦଣ୍ଡାଦେଶ ଏକ ଶକ୍ତ ଚେତାବନୀ ବୋଲି ଆଟର୍ଣ୍ଣି ରବର୍ଟ ଜେ. ଟ୍ରୋଏଷ୍ଟର କହିଛନ୍ତି।