ଏସିଆ କପ୍ କ୍ରିକେଟ ଫାଇନାଲରେ ଭାରତ-ପାକିସ୍ତାନ ଟକ୍କର
1 min read
ଏସିଆ କପ୍ କ୍ରିକେଟ ଫାଇନାଲରେ ଭାରତ-ପାକିସ୍ତାନ ଟକ୍କର। କ୍ରିକେଟ ଇତିହାସରେ ପ୍ରଥମଥର ପାଇଁ ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ। ରବିବାର ଏହି ହାଇ ଭୋଲଟେଜ୍ ଫାଇନାଲକୁ ନେଇ କ୍ରିକେଟପ୍ରେମୀ ବେଶ୍ ଉତ୍ସାହିତ ଅଛନ୍ତି।
ଚଳିତ ଏସିଆ କପରେ ଟିମ୍ ଇଣ୍ଡିଆ ପ୍ରଥମେ ଫାଇନାଲରେ ସ୍ଥାନ ପକ୍କା କରିନେଇଥିବାବେଳେ ପାକିସ୍ତାନ ସୁପର-୪ ମ୍ୟାଚ୍ରେ ବାଂଲାଦେଶକୁ ପରାସ୍ତ କରି ଫାଇନାଲକୁ ଯାଇଛି।
ଭାରତ ଏସିଆ କପ୍ ଫାଇନାଲରେ ୮ ଥର ବିଜୟୀ ହୋଇଛି। ୧୯୮୪, ୧୯୮୮, ୧୯୯୧, ୧୯୯୫, ୨୦୧୦, ୨୦୧୬, ୨୦୧୮, ୨୦୨୩ରେ ଟ୍ରଫି ହାତେଇଥିଲା ଟିମ୍ ଇଣ୍ଡିଆ। ଅନ୍ୟପକ୍ଷରେ ପାକିସ୍ତାନ ୨୦୦୦ ଓ ୨୦୧୨ ମସିହାରେ କେବଳ ଦୁଇଥର ଏସିଆ କପ୍ ଜିତିଛି। ଏଥର ପାକିସ୍ତାନକୁ ହରାଇ ନବମ ଟ୍ରଫି ଉଠାଇବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ।