January 24, 2026

ରାଜକୋଟରେ ଆଜି ମୁହାଁମୁହିଁ ଭାରତ-ନ୍ୟୁଜିଲାଣ୍ଡ

1 min read

ରାଜକୋଟ: ଭାରତ ଓ ନ୍ୟୁଜିଲାଣ୍ଡ ଆଜି ପୁଣି ମୁହାଁମୁହିଁ ହେବେ। ରାଜକୋଟସ୍ଥିତ ନିରଞ୍ଜନ ଶାହ ଷ୍ଟାଡିୟମରେ ଆଜି ଅପରାହ୍‌ଣ ସାଢ଼େ ୧ଟାରେ ଏହି ମୁକାବିଲା ହେବ। ତିନିଟି ଦିନିକିଆ ବିଶିଷ୍ଟ ଶୃଙ୍ଖଳାରେ ଆଜିର ଏହି ମ୍ୟାଚ୍‌ ଜିତି ଭାରତ ୨-୦ରେ ଅଗ୍ରଣୀ ରହିବାକୁ ଚାହିଁବ। ଅନ୍ୟପଟରେ ଅତିଥି ଟିମ ମ୍ୟାଚ ଜିତି ବରାବର ସ୍ଥିତିରେ ରହିବାକୁ ଉଦ୍ୟମ କରିବ। ସୂଚନାଯୋଗ୍ୟ, ଭାରତ ପ୍ରଥମ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କରିଥିଲା।