March 11, 2026

ଭାରତ ବୁଧବାରଠାରୁ ତା’ର ଏସିଆ କପ୍ ଅଭିଯାନ ୟୁଏଇ ବିପକ୍ଷରେ ଆରମ୍ଭ କରିଛି।

1 min read

ଦୁବାଇ: ୮ଥର ବିଜେତା ତଥା ଏଥରର ପ୍ରମୁଖ ଟ୍ରଫି ଦାବିଦାର ଭାରତ ବୁଧବାରଠାରୁ ତା’ର ଏସିଆ କପ୍ ଅଭିଯାନ ୟୁଏଇ ବିପକ୍ଷରେ ଆରମ୍ଭ କରିଛି। ଟ୍ବେଣ୍ଟି-୨୦ ଫର୍ମାଟ୍‌ରେ ଦ୍ବିତୀୟ ଏବଂ ମୋଟ ଉପରେ ନବମ ଥର ଲାଗି ଚାମ୍ପିଅନ୍ ହେବା ଲକ୍ଷ୍ୟରେ ଥିବା ଭାରତୀୟ କ୍ରିକେଟ୍ ଦଳ ଏଥିଲାଗି ପୂରା ପ୍ରସ୍ତୁତ ଥିଲା ବେଳେ ଅନଭିଜ୍ଞ ୟୁଏଇ୍‌କୁ ଆଦୌ ହାଲ୍‌କା ଭାବେ ନେବ ନାହିଁ ବୋଲି ସଙ୍କେତ ଦେଇଛି। ଏହି ମୁକାବିଲାରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ୟୁଏଇ ଟିମ୍‌ ପ୍ରଥମେ ବ୍ୟାଟିଂ କରିବ।