December 22, 2025

ଆଇଏମଆଇ ଭୁବନେଶ୍ଵର ପକ୍ଷରୁ ୧୩ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

1 min read

ଭୁବନେଶ୍ୱର : ଆଇଏମଆଇ ଭୁବନେଶ୍ଵର ପକ୍ଷରୁ ଏହାର ୧୩ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି
। ପିଜି ଡିପ୍ଲୋମା ଇନ୍ ମ୍ୟାନେଜମେଣ୍ଟ ଏବଂ ଫେଲୋ ପ୍ରୋଗ୍ରାମ୍ ଇନ୍ ମ୍ୟାନେଜମେଣ୍ଟ ( ଏଫପିଏମ୍)ର ସ୍ନାତକ ଛାତ୍ରଛାତ୍ରୀଙ୍କ ସମେତ ୧୯୪ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଗୁରୁତ୍ଵପୂର୍ଣ ମାଇଲଖୁଣ୍ଟ। ନିଶାନ ମୋଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୌରଭ ଭତ୍ସା ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆଇଏମ୍‌ଆଇର ଡାଇରେକ୍ଟର ଜେନେରାଲ ଡ. ହିମାଦ୍ରି ଦାସ ଏଥିରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବ ପରଖଙ୍କୁ ତାଙ୍କ ଶିକ୍ଷାଗତ ରେକର୍ଡ ଏବଂ କ୍ୟାମ୍ପସ ଜୀବନର ଅବଦାନ ପାଇଁ ସ୍ୱର୍ଣ୍ଣ ପଦକ ସହିତ ଡଃ ରାମା ପ୍ରସାଦ ଗୋଏଙ୍କା ଶ୍ରେଷ୍ଠ ଛାତ୍ର ମେଡାଲ ପ୍ରଦାନ କରାଯାଇଥିଲା। ଦର୍ଶନା ମିଶ୍ରଙ୍କୁ ତାଙ୍କ ଶିକ୍ଷାଗତ ସଫଳତା ପାଇଁ ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା। ପାଠ୍ୟକ୍ରମ ସହିତ ପାଠ୍ୟ-ବହିର୍ଭୁତ କାର୍ଯ୍ୟକଳାପ ପାଇଁ ଶ୍ଵେତା ଝା’ଙ୍କୁ ଡାଇରେକ୍ଟରଙ୍କ ପଦକ ପ୍ରଦାନ କରାଯାଇଥିଲା। ଏଥି ସହିତ ଗ୍ରୀଷ୍ମକାଳୀନ ଇଣ୍ଟର୍ନସିପ୍ ପ୍ରୋଜେକ୍ଟ ପୁରସ୍କାର ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ପ୍ରିୟଙ୍କା ଜୟସ୍ଵାଲ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ଦ୍ବିତୀୟ ସ୍ଥାନରେ ଶାଶ୍ୱତ ପଟେଲ ଓ ଅରଫିନ୍ ଖାତୁନ ରହିଥିଲେ। ଆଇଏମ୍‌ଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଡଃ. ପି ସି ବିଶ୍ଵାଳ ସମାବେଶକୁ ସମ୍ବୋଧୂତ କରିବା ସହ ଆତ୍ମବିଶ୍ଵାସ, ଶୃଙ୍ଖଳା ଏବଂ ଉଦ୍ଦେଶ୍ୟବୋଧ ସହିତ ଉଦ୍ଭାସିତ ପ୍ରତିଭାବାନ ଯୁବ ବୃତ୍ତିଗତଙ୍କୁ ନେଇ ଗର୍ବ ଅନୁଭବ କରିଥିଲେ। ସେ ଅନୁଷ୍ଠାନର ନିରନ୍ତର ପ୍ରଗତି ଉପରେ ମଧ୍ୟ ଆଲୋକପାତ କରିଥିଲେ ଏବଂ ଏହି ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା କରିଥିଲେ। ସେ ଫାକଲ୍‌ଟି ମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କର ନିଷ୍ଠା କେବଳ ପ୍ରତିଷ୍ଠାନର ଶିକ୍ଷାଗତ ମାନକୁ ଉନ୍ନତ କରିନାହିଁ ବରଂ ବିଶ୍ୱ ଶିକ୍ଷା କ୍ଷେତ୍ରରେ ଆଇଏମଆଇ ଭୁବନେଶ୍ୱରର ସ୍ଥାନକୁ ଆହୁରି ମଜଭୁତ କରିପାରିଛି ବୋଲି କହିଥିଲେ। ଆଇଏମଆଇ ଭୁବନେଶ୍ଵର ଭବିଷ୍ୟତରେ ଉନ୍ନତମାନର ଶିକ୍ଷା କ୍ଷେତ୍ରର ପରିବର୍ତ୍ତନ ପାଇଁ ଏକ ପ୍ରେରଣାଦାୟକ ଉତ୍ସ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ।