ବିସ୍କୁଟ ଦୋକାନରେ ଚାଲିଥିଲା ବେଆଇନ କଫ୍ ସିରପ୍ ବେପାର
1 min read
ଅନୁଗୁଳ: ବିସ୍କୁଟ ଦୋକାନରେ ଚାଲିଥିଲା ବେଆଇନ କଫ୍ ସିରପ୍ ବେପାର। ଅନୁଗୁଳ ଗଦାଶିଳ ଗାଁରେ ଥିବା ଏକ ବିସ୍କୁଟ ଦୋକାନରେ ମାଆ-ପୁଅ ବେଆଇନ କଫ୍ ସିରପ୍ ବେପାର ଆରମ୍ଭ କରିଥିଲେ । କୌଣସି ବିଶେଷ ସୂତ୍ରରୁ ଖବର ପାଇ ଅନୁଗୁଳ ଏନ୍ଟିପିସି ପୁଲିସ୍ ଦୋକାନରେ ଚଢାଉ କରି ୬୯୭ ବୋତଲ କଫ୍ ସିରପ୍ ଜବତ କରିବା ସହ ମାଆ ଏବଂ ପୁଅକୁ ଗିରଫ କରିଛି।
ସୂଚନା ମୂତାବକ ଏହି ଅଞ୍ଚଳରେ ଦୀର୍ଘଦିନ ହେବ ବେଆଇନ ଭାବେ କଫ୍ ସିରପ୍ ବିକ୍ରି ହେଇଆସୁଥିଲା। ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଗଦାଶିଳା ଗାଁର ଏକ ରାସନ ଦୋକାନରେ ଚଢାଉ କରିଥିଲା । ଚଢାଉ ସମୟରେ ୬୯୭ଟି କଫ୍ ସିରପ୍ ବୋତଲ ଜବତ କରିଥିବା ବେଳେ ସିପୁନ୍ ବାରିକ ଏବଂ ମୀନା ବାରିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।