August 10, 2026

ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର

1 min read

ଭୁବନେଶ୍ଵର: ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ଅଭିଜିତ ମଜୁମଦାର। ଭୁବନେଶ୍ଵର ଏମ୍‌ସର ଆଇସିୟୁରେ ରଖି ତାଙ୍କୁ ଚିକିତ୍ସା କରାଯାଉଛି। ସେ ଏବେ ବି କୋମାରେ ରହିଛନ୍ତି। ଶରୀରର ସ୍ନାୟବିକ ସ୍ଥିତିରେ ସୁଧାର ଆସି ନ ଥିବା ଡାକ୍ତର କହିଛନ୍ତି।

୫୪ ବର୍ଷୀୟ ଅଭିଜିତ ଏକାଧିକ ସ୍ଵାସ୍ଥ୍ୟ ସମସ୍ୟାରେ ପୀଡ଼ିତ ରହିଛନ୍ତି। ଗତ ସେପ୍ଟେମ୍ବର ୪ରେ ତାଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲା। ଯକୃତଜନିତ ସମସ୍ୟାଠାରୁ ଆରମ୍ଭ କରି ନିମୋନିଆ, ବ୍ଲଡ ଷ୍ଟ୍ରିମ ସଂକ୍ରମଣ ଭଳି ରୋଗରେ ସେ ପୀଡ଼ିତ। ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରେ ଲାଗିଛି। ତେଣୁ ଭେଣ୍ଟିଲେଟର ସହାୟତାରେ ତାଙ୍କୁ ରଖାଯାଇଛି।