ଖାଇବାକୁ ନଦେବାରୁ ସ୍ତ୍ରୀକୁ ହାଣିଲା ସ୍ଵାମୀ
1 min read
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅତଲା ଗାଁରେ ବିଭତ୍ସ ହତ୍ୟାକାଣ୍ଡ। ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରି ସ୍ଵାମୀ ସ୍ତ୍ରୀକୁ ଖାଇବାକୁ ମାଗିଥିଲା। ମାତ୍ର ସ୍ତ୍ରୀ ଖାଇବାକୁ ନ ଦେବାରୁ ସ୍ଵାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଛି। ପରେ ଖବର ପାଇ ଦେଓଗାଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି। ଏବଂ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଥିବା ସୂଚନା ମିଳିଛି।