ବାକ୍ସ ଦୋକାନରୁ ବିପୁଳ ଗଞ୍ଜେଇ ଜବତ
1 min read
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ବଜାରର ଏକ ଆଲମିରା, ବାକ୍ସ ଦୋକାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ପୁରୁଣାକଟକ ପୁଲିସ ରଞ୍ଜନ ସା୍ଥୁଆଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ସୋମବାର ସନ୍ଧ୍ୟାରେ ବୌଦ୍ଧ ଏସ. ପି ରାହୁଲ ଗୋୟଲଙ୍କ ଉପସ୍ଥିତିରେ ଉକ୍ତ ଦୋକାନରେ ପୁରୁଣାକଟକ ପୁଲିସ ଚଢ଼ାଉ କରିଥିଲା। ଚଢ଼ାଉ ପରେ ଦୋକାନରୁ ହରଭଙ୍ଗା ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ସନ୍ଦୀପ ଶୁଭଦର୍ଶନ ଧଳଙ୍କ ଉପସ୍ଥିତିରେ ୭୮କେଜି ୪ଶହ ଗ୍ରାମ ଓଜନର ଗଞ୍ଜେଇ ଜବତ ହୋଇଛି। ଏ ନେଇ ପୁରୁଣାକଟକ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।