ହୋଟେଲ ଓ ରେସ୍ତୋରାଁଗୁଡ଼ିକ ପାଇଁ ଏକ ନୂତନ ପରାମର୍ଶବଳୀ ଜାରି
1 min read
ନୂଆଦିଲ୍ଲୀ: କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ହୋଟେଲ ଓ ରେସ୍ତୋରାଁଗୁଡ଼ିକ ପାଇଁ ଏକ ନୂତନ ପରାମର୍ଶବଳୀ ଜାରି କରିଛି। ଏଥିରେ ଗ୍ରାହକଙ୍କ ବିଲ୍ରେ ଏଲ୍ପିଜି ଚାର୍ଜ, ଗ୍ୟାସ୍ ସରଚାର୍ଜ କିମ୍ବା ଏହିଭଳି ଅନ୍ୟାନ୍ୟ ଅତିରିକ୍ତ ଶୁଳ୍କ ଆଦାୟ କରିବାକୁ ନିଷେଧ କରାଯାଇଛି। ଗ୍ରାହକ ସୁରକ୍ଷା ଆଇନ, ୨୦୧୯ ଅନୁଯାୟୀ ଏହି ଅଭ୍ୟାସକୁ ଏକ ‘ଅସାଧୁ ବ୍ୟବସାୟ ଅଭ୍ୟାସ ବୋଲି କୁହାଯାଇଛି।ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏହି ପରାମର୍ଶବଳୀରେ ନିର୍ଦ୍ଦେଶ ଦିଆଯାଇଛି ଯେ କୌଣସି ଶୁଳ୍କ ସ୍ୱୟଂଚାଳିତ ଭାବେ ଲାଗୁ କରାଯିବ ନାହିଁ। ଏଥିରେ ଦର୍ଶାଯାଇଛି ଯେ ଇନ୍ଧନ, ବିଦ୍ୟୁତ୍ ଓପରିଚାଳନା ଖର୍ଚ୍ଚ ଭଳି ଉପାଦାନଗୁଡ଼ିକ ବ୍ୟବସାୟର ମୋଟ ଖର୍ଚ୍ଚର ଏକ ଅଂଶ। ତେଣୁ ଏଗୁଡ଼ିକୁ ଖାଦ୍ୟ ତାଲିକା ମୂଲ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ। ତାହାକୁ ଗ୍ରାହକଙ୍କ ବିଲ୍ରେ ଅଲଗା ଭାବେ ଯୋଡ଼ାଯିବ ନାହିଁ।


