ଜଟିଳ ଲିଭର ରୋଗୀଙ୍କ ପାଇଁ ଆଶାର ଆଲୋକ: ମଣିପାଲ୍ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ରେ ନୂତନ ମାଇଲଷ୍ଟୋନ୍
1 min read
ଭୁବନେଶ୍ୱର : ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଏକ ପ୍ରେସ୍ ମିଟ୍ ଆୟୋଜିତ ହୋଇଥିଲା, ଯେଉଁଥିରେ ବର୍ଷୋଧିକ କ୍ଲିନିକାଲ୍ ଅନୁଭବ ଓ ଦକ୍ଷତା ଆଧାରିତ ଲିଭର ପ୍ରତ୍ୟାରୋପଣ କ୍ଷେତ୍ରରେ ହସ୍ପିଟାଲର ସ୍ଥାନକୁ ପୁନଃ ଉଲ୍ଲେଖ କରାଯାଇଥିଲା।
ଏହି ସମ୍ମିଳନୀରେ ଓଡିଶାରେ ବଢ଼ୁଥିବା ଲିଭର ରୋଗ ଭାର ନେଇ ଚିନ୍ତା ପ୍ରକାଶ ପାଇଥିଲା। ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ, ପ୍ରାୟ ପ୍ରତ୍ୟେକ ତିନି ଜଣ ମଧ୍ୟରୁ ଗୋଟିଏ ବ୍ୟକ୍ତି ଫ୍ୟାଟି ଲିଭର ରୋଗରେ ପୀଡ଼ିତ ହୋଇପାରନ୍ତି। ଏବଂ ପ୍ରତି ଛଅ ଜଣ ମଧ୍ୟରୁ ଗୋଟିଏ ବ୍ୟକ୍ତିଙ୍କୁ NASH (ଲିଭର ଜନିତ ଗୁରୁତର ଅବସ୍ଥା) ହେବାର ଆଶଙ୍କା ରହେ, ଯାହା ପରେ ଲିଭର ସିରୋସିସ୍କୁ ଅଗ୍ରସର ହୋଇପାରେ।
ଆମ ରାଜ୍ୟରେ ଲିଭର ସିରୋସିସ୍ର ପ୍ରକୋପ ପ୍ରାୟ ୧୬.୭ ଶତଂଶ ଥିବା ବେଳେ, ପୂର୍ବ ଭାରତରେ ପ୍ରାୟ ଅର୍ଦ୍ଧାଧିକ ଦୀର୍ଘକାଳୀନ ଲିଭର ରୋଗୀ ସିରୋସିସ୍ରେ ଚିହ୍ନଟ ହେଉଛନ୍ତି। ଦୁଃଖଦ ଭାବେ, ଅଧିକାଂଶ ରୋଗୀ ଶେଷ ଓ ଜଟିଳ ଅବସ୍ଥାରେ ଚିହ୍ନଟ ହେବାରୁ ଆଗୁଆ ଚିହ୍ନଟ ଓ ସମୟମତେ ଚିକିତ୍ସାର ଆବଶ୍ୟକତା ଅଧିକ ଭାବେ ଅନୁଭବ କରାଯାଇଛି।
ଜାତୀୟ ସ୍ତରରେ ଆବଶ୍ୟକତା ତୁଳନାରେ ଅଙ୍ଗ ପ୍ରତ୍ୟାରୋପଣ ସୁବିଧା ସୀମିତ ଥିବା ପରିପ୍ରେକ୍ଷିତରେ, ଏହି ପ୍ରେସ୍ ମିଟ୍ରେ ଉନ୍ନତ ଲିଭର ଚିକିତ୍ସା ବ୍ୟବସ୍ଥାର ଗୁରୁତ୍ୱ ଉଲ୍ଲେଖ କରାଯାଇଥିଲା, ଯାହା ରୋଗୀମାନଙ୍କୁ ପୁନର୍ବାର ସ୍ୱାସ୍ଥ୍ୟ ଓ ସାଧାରଣ ଜୀବନକୁ ଫେରାଇ ଆଣିପାରେ।
କାର୍ଯ୍ୟକ୍ରମରେ ଡାକ୍ତରମାନେ ଓ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ହୋଇଥିବା ରୋଗୀମାନେ ଏକାଠି ହୋଇ ନିଜ ଅନୁଭବ ସେୟାର କରିଥିଲେ। ପ୍ରତ୍ୟେକ ଟ୍ରାନ୍ସପ୍ଲାଣ୍ଟ୍ ପଛରେ ଥିବା ଜୀବନ ସଂଘର୍ଷ ଓ ଆଶାର କାହାଣୀ ଏହି ଅବସରକୁ ଅଧିକ ସାରଗର୍ଭିତ କରିଥିଲା।
ଏହି ପ୍ରେସ୍ ମିଟ୍ରେ ଡାକ୍ତରମାନେ ଓ ସଫଳ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ରୋଗୀ ମାନେ ଯୋଗଦେଇଥିଲେ। ପ୍ରତ୍ୟେକ ଟ୍ରାନ୍ସପ୍ଲାଣ୍ଟ୍ ପଛରେ ଥିବା ସଂଘର୍ଷ, ଆଶା ଓ ନୂତନ ଜୀବନର କାହାଣୀମାନେ ଏହି ଅବସରରେ ସାମ୍ନାକୁ ଆସିଥିଲା। ଏହି ବିଶେଷ କାର୍ଯ୍ୟକ୍ରମକୁ ବରିଷ୍ଠ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ସର୍ଜନ ଡାକ୍ତର ରାଜ ଶେଖର କେ, ଅଦ୍ୟକ୍ଷତା କରିଥିଲେ। ତାଙ୍କ ସହ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଅନୁଭବୀ ଡାକ୍ତର ଦଳ ଯଥା, ମେଡିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଡାକ୍ତର ପ୍ରତାପ ବେହେରା , ଡାକ୍ତର ଜ୍ଞାନରଞ୍ଜନ ରାଉତ, ଡାକ୍ତର ସମ୍ବିତ କୁମାର ଭୁୟାଁ, ଏବଂ ମଣିପାଲ ହସ୍ପିଟାଲର କ୍ଲଷ୍ଟର ଡାଇରେକ୍ଟର ସାଉଥ୍ ଇଷ୍ଟ ଡାକ୍ତର ଶକ୍ତିମୟ ମହାପାତ୍ର ଉପସ୍ଥିତ ଥିଲେ ।
ମଣିପାଲ ହସ୍ପିଟାଲର ବରିଷ୍ଠ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ସର୍ଜନ ଡାକ୍ତର ରାଜ ଶେଖର କେଙ୍କ ମତରେ, “ଯେତେବେଳେ ଲିଭର୍ ରୋଗ ଅଧିକ ଗୁରୁତର ହୋଇଯାଏ ଓ ଔଷଧ କାମ କରେ ନାହିଁ, ସେତେବେଳେ ଲିଭର୍ ଟ୍ରାନ୍ସପ୍ଲାଣ୍ଟ୍ ସବୁଠାରୁ ଭଲ ଉପଚାର
ମେଡିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଡାକ୍ତର ପ୍ରତାପ ବେହେରା କହିଲେ, “ଲିଭର୍ ଟ୍ରାନ୍ସପ୍ଲାଣ୍ଟ୍ କେବଳ ଏକ ସର୍ଜରୀ ନୁହେଁ, ଏହା ରୋଗୀ ଓ ପରିବାର ସହ ଏକ ଯାତ୍ରା । ଆମେ ଏଠାରେ ହେପାଟୋଲୋଜିଷ୍ଟ, ସର୍ଜନ୍, ଆଇସିୟୁ ଦଳ ଓ ନର୍ସମାନଙ୍କ ସମନ୍ୱୟରେ ୨୪ ଘଣ୍ଟା ରୋଗୀଙ୍କ ଚିକିତ୍ସା ଓ ଯତ୍ନ ନେଇଥାଉ ।”
ଡାକ୍ତର ଜ୍ଞାନରଞ୍ଜନ ରାଉତଙ୍କ ମତରେ, “ଜଟିଳତା ସହିତ ଥିବା ଲିଭର ସିରୋସିସ୍ ରୋଗୀମାନଙ୍କ ପାଇଁ ଲିଭର ଟ୍ରାନ୍ସପ୍ଲାଣ୍ଟ୍ ଏକ ଜୀବନ ରକ୍ଷାକାରୀ ଚିକିତ୍ସା ପ୍ରଣାଳୀ। ପୂର୍ବରୁ ଲିଭର ସିରୋସିସ୍ ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଇଁ ଏହି ସୁବିଧା ପ୍ରାୟଃ ଅପହାର୍ଯ୍ୟ ଥିଲା। କିନ୍ତୁ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି କାରଣରୁ ବର୍ତ୍ତମାନ ଏହା ଜଟିଳ ଅବସ୍ଥାରେ ଥିବା ଲିଭର ସିରୋସିସ୍ ରୋଗୀମାନଙ୍କ ପାଇଁ ଏକ ସମ୍ଭବନୀୟ ଓ ନିରାମୟମୂଳକ ଚିକିତ୍ସା ପଦ୍ଧତି ଭାବେ ପରିଣତ ହୋଇଛି।”
ମଣିପାଲ ହସ୍ପିଟାଲର କ୍ଲଷ୍ଟର ଡାଇରେକ୍ଟର ସାଉଥ୍ ଇଷ୍ଟ ଡାକ୍ତର ଶକ୍ତିମୟ ମହାପାତ୍ର ଙ୍କ ମତରେ, ଆସୁଥିବା ପ୍ରତ୍ୟେକ ରୋଗୀ ଓ ତାଙ୍କ ପରିବାରକୁ ଆଶ୍ୱାସନ, ସହାନୁଭୂତି ଏବଂ ଏହି ଭରଷା ଦେବା ଯେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ୍ ଏହି ଯାତ୍ରାରେ ସେମାନେ କେବେ ମଧ୍ୟ ଏକା ନୁହନ୍ତି।”


