ମହିଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା
1 min read
ଭୁବନେଶ୍ବର: ଶୈଳବାଳା ମହିଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସଙ୍ଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତିକ୍ରିୟା। ସେ କହିଛନ୍ତି, ରାଜ୍ୟ ସରକାର ଅଗ୍ରାହ୍ୟ କରିନାହାନ୍ତି, ବରଂ ଚିନ୍ତାଶୀଳ ଅଛନ୍ତି। ୩୦ ଜିଲ୍ଲାରେ ୩୦ ବିଶ୍ବବିଦ୍ୟାଳୟ ହେବ। ଯେଉଁ ଜିଲ୍ଲାରେ ବିଶ୍ଵବିଦ୍ୟାଳୟ ନାହିଁ ତାହାକୁ ଏଥର ବଜେଟ୍ ରେ ପ୍ରାଥମିକତା ଦେଇଛୁ।
NEP ୨୦୨୦ ଆଧାରରେ ପର୍ଯ୍ୟାୟ କ୍ରମେ ସବୁ ଜିଲ୍ଲାରେ ବିଶ୍ଵବିଦ୍ୟାଳୟ ହେବ। ପୂର୍ବ ସରକାରଙ୍କ ଭଳି ଆମେ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ କରି ଭୁଲିଯିବା ଆମ ଲକ୍ଷ୍ୟ ନୁହେଁ। ବରଂ ଶିକ୍ଷାନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି କଥା ଆମେ ଚିନ୍ତା କରୁଛୁ।


