August 15, 2026

ରବିବାର ହାଇଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚ ଅନୁଷ୍ଠିତ ହେଉଛି

1 min read

ଦୁବାଇ: ଏସିଆ କପ୍‌ ଟି-୨୦ ଚମ୍ପିଆନଶିପ ଟୁର୍ଣ୍ଣାମେଣ୍ଟର ରବିବାର ହାଇଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚ ଅନୁଷ୍ଠିତ ହେଉଛି। ଦୁବାଇରେ ହେବାକୁ ଥିବା ଏହି ମ୍ୟାଚରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚକୁ ଭାରତରେ ଦେଶବ୍ୟାପୀ ବିରୋଧ କରାଯାଉଛି। ବିଶେଷକରି ଭାରତୀୟ ଦଳ ପାକିସ୍ତାନ ସହିତ ମ୍ୟାଚ ଖେଳୁଥିବାରୁ ଦେଶବାସୀଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି। ପହଲଗାଓଁ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ମ୍ୟାଚ। ତେଣୁ ଏହାକୁ ବିଭିନ୍ନ ମହଲରେ ବୟକଟ୍‌ କରାଯାଇଛି।