November 11, 2025

ବିସ୍ଫୋରଣ ପରେ ପୁରୀରେ ହାଇଆଲର୍ଟ ଜାରି

1 min read

ପୁରୀ: ଦିଲ୍ଲୀ ଲାଲ୍‌ କିଲ୍ଲା ନିକଟରେ ବିସ୍ଫୋରଣ ପରେ ପୁରୀରେ ହାଇଆଲର୍ଟ ଜାରି କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଏସପି ପ୍ରତିକ ସିଂହ। ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ତେଣୁ ଦେଶର ଅନ୍ୟ ପ୍ରମୁଖ ସହରଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଛି। ହରିୟାଣା ସମେତ ମୁମ୍ବଇରେ ବି ହାଇଆଲର୍ଟ ଜାରି ହୋଇଛି। ସେହିପରି ପୁରୀ ଏକ ଗୁରୁତ୍ଵପୂର୍ଣ୍ଣ ଏବଂ ସମ୍ବେଦନଶୀଳ ସ୍ଥାନ ହୋଇଥିବାବେଳେ ଏହା ପୂର୍ବରୁ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଆସିଛି। ତେଣୁ ପୁରୀରେ ହାଇଆଲର୍ଟ ଜାରି କରାଯାଇଥିବା ଜଣାଯାଇଛି।