January 24, 2026

ଦାର୍ଜିଲିଂରେ ଧ୍ବଂସଲୀଳା ରଚିଛି ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ

1 min read

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦାର୍ଜିଲିଂରେ ଧ୍ବଂସଲୀଳା ରଚିଛି ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ। ହଠାତ୍ ମୂଷଳ ଧାରାରେ ବର୍ଷା ହେବାରୁ ଭୂସ୍ଖଳନ ଘଟି ସହରକୁ ଧ୍ବସ୍ତବିଧ୍ବସ୍ତ କରିଦେଇଛି। ବର୍ଷା ପରବର୍ତ୍ତୀ ଅଚାନକ ବନ୍ୟାରେ ଅନେକ ଘର, ପୋଲ ସାଙ୍ଗକୁ ଚା’ ବଗିଚା ଭାସିଯାଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସାମାଜିକ ଗଣମାଧ୍ୟମରେ ଭୂସ୍ଖଳନ ଏବଂ ବନ୍ୟା ସ୍ରୋତର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରୁ ଘଟଣାର ଭୟାବହତା ସ୍ପଷ୍ଟ ବାରିହୋଇପଡ଼ିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଯୋଗୁ ଅନେକ ଘର ନଷ୍ଟ ହୋଇଯାଇଛି। ରାସ୍ତା ଧସି ଯାଇଛି। ଅନେକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି।