March 10, 2026

ନିପା ଭାଇରସ୍‌କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା

1 min read

ଭୁବନେଶ୍ୱର: ନିପା ଭାଇରସ୍‌କୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା ଦେଇଛନ୍ତି। ଭାଇରସ୍‌କୁ ନେଇ କୌଣସି ଆତଙ୍କିତ ନ ହେବାକୁ ରାଜ୍ୟବାସୀଙ୍କୁ ସେ ଅପିଲ କରିଛନ୍ତି। ଶୁକ୍ରବାର ମନ୍ତ୍ରୀ ମହାଲିଙ୍ଗଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକ ପରେ ମନ୍ତ୍ରୀ କହିଛନ୍ତି ଯେ, ନିପା ଭାଇରସ୍‌ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍‌ ଗଠନ ହୋଇଛି। ଏପରିକି ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଜିଲା ଏବଂ ରାଜ୍ୟର ବଡ଼ ସହରରେ ସର୍ଭେଲାନ୍ସ ବଢ଼ାଯାଇଛି। ରାଜ୍ୟରେ ଏଯାଏଁ ନିପା ଭାଇରସ୍‌ ଚିହ୍ନଟ ହୋଇ ନାହିଁ। ଯଦି ଏଭଳି କେସ ଆସେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା ମନ୍ତ୍ରୀ କହିଛନ୍ତି।