June 16, 2026

ମଙ୍ଗଳବାର ସକାଳେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା

1 min read

ସୁନ୍ଦରଗଡ: ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅନ୍ତର୍ଗତ କଇତରା ନିକଟରେ ବିଜୁ ଏକ୍ସପ୍ରେସ ଓ୍ବେରେ ମଙ୍ଗଳବାର ସକାଳେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଟ୍ରକ ଦୁଇଟି ଜଳିଯିବା ସହ ୨ଚାଳକ ଜୀବନ୍ତ ଧଗ୍ଧ ହୋଇଯାଇଛନ୍ତି। ତେବେ ମୃତକ ଚାଳକ ଦ୍ବୟ ହେଉଛନ୍ତି ଝାରସୁଗୁଡା ଓ ଢେଙ୍କାନାଳ ଜିଲାର। ଅପରପକ୍ଷେ ଭଷ୍ମା ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ଉଦ୍ଧାର କାର୍ଯ୍ୟ କରିଥିଲା। ମୃତ ଚାଳକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍‌ପିଟାଲକୁ ପଠାଯାଇଛି। ଏନେଇ ଭଷ୍ମା ଥାନାରେ ପୋଲିସ କେସ୍‌ ନମ୍ବର ୨୪୩/୨୬ ରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଚଳାଇଛି।