January 27, 2026

୧୦ ଦିନରେ ରାସ୍ତା ମରାମତି ନଷ୍ଟ

1 min read

ମୈଦଲପୁର: ସରକାରଙ୍କ ତରଫରୁ ପ୍ରତ୍ୟେକ ଗାଁ ଗହଳିମାନଙ୍କରେ ଯାତାୟତର ସୁବିଧା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ପିଚୁରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ଏହା ଦୀର୍ଘଦିନ ହେଲା ପରେ ଖରାପ ହୋଇ ମରଣଯନ୍ତା ପାଲଟିଛି। ବିଭାଗ ପକ୍ଷରୁ ବର୍ତ୍ତମାନ ଖରାପ ରାସ୍ତା ଉପରେ ପିଚୁଦେଇ ମରାମତି କାମ ଚାଲିଛି। ହେଲେ ନିମ୍ନମାନର କାମ ହୋଇଥିବା ହେତୁ ୧୦ ଦିନ ଭିତରେ ପିଚୁ ଉଠିଯାଇ ବିପଦ ସଂକୁଳ ଅବସ୍ଥା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ନିଳାଦ୍ରୀଗୁଡା ଠାରୁ ଚୋରାମୁଳା ଗାଁ ପର୍ଯ୍ୟନ୍ତ ମରାମତି କାମ ଚାଲିଛି। କେନ୍ଦୁଗୁଡ଼ା ଗାଁ ନିକଟରେ ସମ୍ପୂର୍ଣ ନଷ୍ଟ ହୋଇ ପିଚୁ ଉଠି ଦୁର୍ଘଟଣା ଘଟିବାର ବହୁତ ସମ୍ଭାବନା ରହିଛି। କେବଳ ପିଚୁ ପକାଇଦେଇ ରଲେର ନ ଦେଇ ଛାଡି ଦେଉଛନ୍ତି, ଯାହାକି ଅଳ୍ପ ଦିନରେ ପିଚୁ ଉଠି ମରଣଯନ୍ତା ହୋଇଛି। ଅଳ୍ପଦିନ ଭିତରେ ପିଚୁ ଉଠି ଯାତାୟାତ କରିବା ସମୟରେ ଦୁର୍ଘଟଣା ଘଟି ଆହତ ହୋଉଥିବା ଗ୍ରାମବାସୀ କହିଛନ୍ତି। ଅତି ନିମ୍ନମାନର କାମ ହୋଇଥିବାରୁଏଭଳି ଅବସ୍ଥା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁନର୍ବାର ଏହି ରାସ୍ତାକୁ ଉତ୍ତମ ମାନର ପିଚୁଦେଇ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।