December 12, 2025

ସାଥୀରେ ନିଜର ପୋଷା କୁକୁର ନେଇକି ଡାକ୍ତରଖାନା ଯାଇଥିବାରୁ ହଟହଟ୍ଟା

1 min read

ପାରଳାଖେମୁଣ୍ଡି: ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଶୀଘ୍ର ଆରୋଗ୍ୟଲାଭ କରିବା ପାଇଁ ଡାକ୍ତରଖାନାକୁ ସବୁଠାରୁ ଭଲ ସ୍ଥାନ ମନେ କରନ୍ତି। ଏଥି ପାଇଁ ସୁଚିନ୍ତା କରି ହସ୍‌ପିଟାଲରେ ପହଞ୍ଚିଥାନ୍ତି। କିନ୍ତୁ ‌ଅନେକ‌ ସ୍ଥାନରେ ରୋଗୀମାନେ ଡାକ୍ତରଖାନାରେ ଭଲ ହୋଇ ଘରକୁ ଫେରିବା ପରିବର୍ତ୍ତେ ଅଭାବନୀୟ ଘଟଣାର ସାମ୍ନା ମଧ୍ୟ କରିଥାନ୍ତି। ପାରଳାଖେମୁଣ୍ଡିସ୍ଥିତ ଗଜପତିଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆଜି ଅପରାହ୍‌ଣରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ରୋଗୀ ସାଥୀରେ ନିଜର ପୋଷା କୁକୁର ନେଇକି ଡାକ୍ତରଖାନା ଯାଇଥିବାରୁ ସେ ହଟହଟ୍ଟାର ଶିକାର ହୋଇଛନ୍ତି। ତାଙ୍କୁ ସେଠାରେ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ରୋଗୀଙ୍କୁ ଡାକ୍ତରଖାନାର ସୁରକ୍ଷାକର୍ମୀମାନେ ଆକ୍ରମଣ କରିଛନ୍ତି।