March 10, 2026

ହସନ ନଓ୍ବାଜଙ୍କ ଅପରାଜିତ ୬୩ ରନ୍‌ ସହାୟତାରେ ପାକିସ୍ତାନ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି

1 min read

ଟାରୋବା: ହସନ ନଓ୍ବାଜଙ୍କ ଅପରାଜିତ ୬୩ ରନ୍‌ ସହାୟତାରେ ପାକିସ୍ତାନ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଘରୋଇ ଦଳ ନିର୍ଦ୍ଧାରିତ ୪୯ ଓଭରରେ ୨୮୦ ରନ କରି ଅଲ୍‌ଆଉଟ ହୋଇଯାଇଥିଲା। ଜବାବରେ ହସନ ନଓ୍ବାଜଙ୍କ ଅପରାଜିତ ୬୩ ରନ ସହାୟତାରେ ପାକିସ୍ତାନ ୪୮.୫ ଓଭରରେ ୫ଉଇକେଟ ବିନିମୟରେ ୨୮୪ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଦୁଇ ଦଳ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ଟି୨୦ ସିରିଜରେ ପାକିସ୍ତାନ ୨-୧ରେ ଜିତିସାରିଛି। ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ରବିବାର ଖେଳାଯିବାକୁ ଥିବାବେଳେ ତୃତୀୟ ତଥା ଅନ୍ତିମ ମ୍ୟାଚ ମଙ୍ଗଳବାର ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯିବ।