March 11, 2026

ଧନତେରସରେ ସୁନା ଦୋକାନୀଙ୍କୁ ଜିଏସ୍‌ଟି ମାଡ଼

1 min read

ସମ୍ବଲପୁର: ସମ୍ବଲପୁର ମାରଓ୍ବାଡି ବଜାରରେ ତୁଲଶ୍ୟାନ୍‌ ଜୁଏଲାରୀ ଦୋକାନରେ ମଙ୍ଗଳବାର ଜିଏସ୍‌ଟି ଚଢ଼ାଉ ହୋଇଛି। ଧନତେରସ ଚାଲିଥିବା ବେଳେ ଏବେ ସୁନା ଦୋକାନରେ ଭିଡ ଦେଖିବାକୁ ଲାଗୁଛି। ଲୋକେ ଘରକୁ ସୁନା କିଣି ନେଉଥିବା ବେଳେ ସୁନା ଦୋକାନରେ ପସିଛନ୍ତି ସିଟି /ଜିଏସ୍‌ଟି ଟିମ୍‌।
ସମ୍ବଲପୁର ମାରଓ୍ବାଡି ବଜାରରେ ଥିବା ଜଣେ ବ୍ୟବସାୟୀଙ୍କ ୩ ସୁନା ଦୋକାନରେ ଚଢ଼ାଉ ଛାଲିଛି। ଷ୍ଟକ ସହ କାଗଜପତ୍ର ଯାଞ୍ଚ କରାଯାଉଛି। ତେବେ ବର୍ତ୍ତମାନ ଚଢ଼ାଉ ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ। ଯଦି କିଛି ପ୍ରମାଣ ମିଳେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ କହିଛନ୍ତି।
ତେବେ ସମାନ ଭାବେ ଭବାନୀପାଟଣାରେ ମଧ୍ୟ ଚଢ଼ାଉ ହୋଇଛି। କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ବସୁନ୍ଧରା ଜୁଏଲେରୀରେ ମଙ୍ଗଳବାର ଜିଏସ୍‌ଟି ଏବଂ ଏନ୍‌ଫୋର୍ସମେଣ୍ଟ ବିଭାଗ ବଡ଼ ଧରଣର ଚଢାଉ କରିଛି। ଜିଏସ୍‌ଟି ଫାଙ୍କୁଥିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଦୀର୍ଘ ସମୟ ଧରି ଅଧିକାରୀମାନେ ଦୋକାନର ବିଭିନ୍ନ କାଗଜପତ୍ର ସହ ଷ୍ଟକ୍‌ ଯାଞ୍ଚ କରୁଛନ୍ତି। ଏହି ଚଢ଼ାଉରେ ୯ ଜଣିଆ ଟିମ୍‌ ସାମିଲ ହୋଇଛନ୍ତି।