March 11, 2026

ଓଡ଼ିଶାରେ ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ

1 min read

ଭୁବନେଶ୍ୱର: ଓଡ଼ିଶାରେ ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ। ଏନେଇ ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ସରକାର ଜମି ଓ ବର୍ଜ୍ୟ ଯୋଗାଇବେ, କମ୍ପାନୀ ତା’ର ପ୍ଲାଣ୍ଟ ତିଆରି କରିବ। ଟ୍ବିନ୍‌ ସିଟିରେ ପ୍ରାଥମିକ ସ୍ତରରେ ଏହି ପ୍ଲାଣ୍ଟ ହେବ। ପରେ ପରେ ମ୍ୟୁନିସିପାଲିଟି କର୍ପୋରେଶନରେ ଏହାକୁ କରାଯିବ। ଖୁବ୍‌ଶୀଘ୍ର ବିଭାଗୀୟ ବୈଠକ ବସି ଏନେଇ ତ୍ୱରିତ ଦିଗରେ କାର୍ଯ୍ୟ ଆଗକୁ ବଢ଼ିବ ବୋଲି ମନ୍ତ୍ରୀ କହିଛନ୍ତି।