ଅପରେସନ ‘ନେତ୍ର’ରେ ବଡ଼ ସଫଳତା
1 min read
ଝାରସୁଗୁଡ଼ା: ଝାରସୁଗୁଡ଼ା ପୁଲିସ ‘ଅପରେସନ ନେତ୍ର’ ମାଧ୍ୟମରେ ଏକ ବଡ଼ ସଫଳତା ହାସଲ କରିଛି। ଲାଇକେରା ଥାନା ଅଧୀନ ତାଲମୁଣ୍ଡା ଗ୍ରାମରେ ଘଟିଥିବା ଡକାୟତି ଘଟଣାର ପର୍ଦ୍ଦାଫାସ କରି ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସେମାନଙ୍କ ନିକଟରୁ ବହୁ ପରିମାଣର ସୁନା-ରୁପା ଅଳଙ୍କାର, ନଗଦ ଟଙ୍କା ଓ ଏକ ବୋଲେରୋ ଗାଡ଼ି ଜବତ ହୋଇଛି।


