October 14, 2025

ଭାରତରେ ଏଆଇ ହବ୍ ସ୍ଥାପନ କରିବ ଗୁଗୁଲ

1 min read

ନୂଆଦିଲ୍ଲୀ : ଭାରତରେ ଏକ କୃକ୍ରିମ ବୁଦ୍ଧିମତ୍ତା ବା ଏଆଇ ହବ୍ ସ୍ଥାପନ କରିବ ଗୁଗୁଲ । ଏ ନେଇ କମ୍ପାନିର ସିଇଓ ସୁନ୍ଦର ପିଚାଇ ଏକ ବଡ଼ ଘୋଷଣା କରିଛନ୍ତି । କମ୍ପାନି ଏହି ପ୍ରକଳ୍ପ ପାଇଁ ୧୫ ବିଲିୟନ ଡଲାର ନିବେଶ କରିବ । ପିଚାଇ କହିଛନ୍ତି ଯେ ସେ ଏହି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ ବଡ଼ ଡାଟା ସେଣ୍ଟର ଏବଂ ଏଆଇ ହବ୍ ନିର୍ମାଣ କରାଯିବ।

ସୁନ୍ଦର ପିଚାଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଗୁଲରେ ଏ ବିଷୟରେ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି। ସେ ଲେଖିଛନ୍ତି, “ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେବା ଏକ ଚମତ୍କାର ଅଭିଜ୍ଞତା ଥିଲା। ଆମେ ବିଶାଖାପାଟଣାରେ ନିର୍ମିତ ହେବାକୁ ଥିବା ଗୁଗୁଲ୍ ର ପ୍ରଥମ ଏଆଇ ହବ୍ ପାଇଁ ଯୋଜନା ସେୟାର କରିଥିଲୁ। ଏହା ଏକ ଐତିହାସିକ ପଦକ୍ଷେପ ହେବ। ଏହି ହବ୍ ରେ ଗିଗାୱାଟ୍-ସ୍କେଲ କମ୍ପ୍ୟୁଟିଂ କ୍ଷମତା, ଏକ ନୂତନ ଅନ୍ତର୍ଜାତୀୟ ଉପ-ସମୁଦ୍ର ପ୍ରବେଶପଥ ଏବଂ ବୃହତ-ସ୍କେଲ ଶକ୍ତି ଭିତ୍ତିଭୂମି ଅନ୍ତର୍ଭୁକ୍ତ ହେବ।”