ଜୁନ୍ ୫ ଅର୍ଥାତ୍ ଗୁରୁବାର ସୁନା ଦର ବୃଦ୍ଧି
1 min read
ଭୁବନେଶ୍ୱର : ସୁନାର ବଢୁଥିବା ଦାମ୍ ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ହୁ ହୁ ହୋଇ ବଢି ଚାଲିଛି ଦାମ୍। ଜୁନ୍ ୫ ଅର୍ଥାତ୍ ଗୁରୁବାର ସୁନା ଦର ବୃଦ୍ଧି ପାଇଛି ।
୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୯,୬୦୦ ଟଙ୍କା ରହିଛି । ଗତକାଲି ଏହା ୯୯,୧୭୦ ଟଙ୍କା ଥିଲା । ଏଥିରେ ୪୩୦ ଟଙ୍କା ବୃଦ୍ଧି ପାଇଛି ।
୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୧,୩୦୦ ଟଙ୍କା ରହିଛି । ଗତକାଲି ଏହା ୯୦,୯୦୦ ଥିଲା । ଏଥିରେ ୪୦୦ ଟଙ୍କା ବୃଦ୍ଧି ହୋଇଛି।
୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୭୪,୭୦୦ ଟଙ୍କା ରହିଛି। ଗତକାଲି ଏହା ୭୪,୩୮୦ ଟଙ୍କା ଥିଲା । ଏଥିରେ ୩୨୦ ଟଙ୍କା ବୃଦ୍ଧି ହୋଇଛି।
ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୪୦୦ ଟଙ୍କା ରହିଛି । ଗତକାଲି ୧୧,୩୦୦ ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି।