March 28, 2026

ପୁଣି ଗ୍ରାହକଙ୍କୁ ଝଟକା ଦେଇଛି ବୃଦ୍ଧି ପାଉଥିବା ସୁନା ଦାମ୍

1 min read

ଭୁବନେଶ୍ୱର : ଦିନେ ମହଙ୍ଗା ତ ଦିନେ ଶସ୍ତା ହେଉଛି ସୁନା ଦାମ୍। ପୁଣି ଗ୍ରାହକଙ୍କୁ ଝଟକା ଦେଇଛି ବୃଦ୍ଧି ପାଉଥିବା ସୁନା ଦାମ୍। ଶନିବାର ଅର୍ଥାତ୍ ମାର୍ଚ୍ଚ ୨୮ରେ ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ୧,୪୮,୦୯୦ ଟଙ୍କା ରହିଛି। ଗତକାଲି ୧,୪୫,୫୮୦ ଟଙ୍କା ଥିଲା। ଏଥିରେ ୨,୫୧୦ ଟଙ୍କା ବୃଦ୍ଧି ପାଇଛି।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୩୫,୭୫୦ ଟଙ୍କା ରହିଛି। ଗତକାଲି ୧,୩୩,୪୫୦ ଟଙ୍କା ଥିଲା। ଏଥିରେ ୨,୩୦୦ ଟଙ୍କା ବୃଦ୍ଧି ହୋଇଛି। ସେହିପରି ୧୮ କ୍ୟାରେଟ୍ ୧୦ ଗ୍ରାମ ସୁନା ଦାମ୍ ୧,୧୧,୦୭୦ ଟଙ୍କା ରହିଛି। ଗତକାଲି ଏହା ୧,୦୯,୧୯୦ ଟଙ୍କା ଥିଲା। ଏଥିରେ ୧,୮୮୦ ଟଙ୍କା ବୃଦ୍ଧି ହୋଇଛି।
ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ହୋଇଛି। ୧୦୦ ଗ୍ରାମ୍ ରୁପା ଦାମ୍ ୨୫,୦୦୦ ଟଙ୍କାରେ ପହଞ୍ଚିଛି। ଗତକାଲି ୨୪,୫୦୦ ଟଙ୍କା ଥିଲା। ଏଥିରେ ୫୦୦ ଟଙ୍କା ବୃଦ୍ଧି ହୋଇଛି।