ସୁନା ଦର ୬୮୨୦ ଟଙ୍କା ବଢ଼ିଲା ନୂଆଦିଲ୍ଲୀ
1 min read
ନୂଆଦିଲ୍ଲୀ: ବୁଧବାର ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୬୨୫୦ ଟଙ୍କା ବୃଦ୍ଧି ପାଇ ୧,୪୩,୫୫୦ ଟଙ୍କା ହୋଇଛି। ସେହି ସମୟରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦାମ୍ ୬୮୨୦ ଟଙ୍କା ବଢ଼ି ୧,୫୬,୬୦୦ ଟଙ୍କା ହୋଇଛି। ରୁପା କେଜି ମଧ୍ୟ ୫୦୦୦ ଟଙ୍କା ବୃଦ୍ଧି ପାଇ ୩,୪୫,୦୦୦ ଟଙ୍କାରେ ପହଞ୍ଚିଛି। ଭାରତୀୟ ବଜାରରେ ସୁନା ଦର ୧୦ ଗ୍ରାମ୍ ପ୍ରତି ଦେଢ଼ ଲକ୍ଷ ଟଙ୍କା ଅତିକ୍ରମ କରି ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି। ଆଜିର କାରବାରରେ ସୁନା ଦର ୧୦ ଗ୍ରାମ୍ ପ୍ରତି ୩,୨୦୦ ଟଙ୍କା ବୃଦ୍ଧି ପାଇ ୧.୫୩ ଲକ୍ଷ ଟଙ୍କାରେ ପହଞ୍ଚିଛି। ଆମେରିକା ଗ୍ରିନ୍ଲ୍ୟାଣ୍ଡ ଦଖଲ ଉଦ୍ୟମ ପରିପ୍ରେକ୍ଷୀରେ ବିଶ୍ବ ବଜାରରେ ବାଣିଜ୍ୟ କ୍ଷେତ୍ରରେ ଏବେ ଅସ୍ଥିରତାର ଅଶଙ୍କାକୁ ନେଇ ନିବେଶକମାନେ ସୁନାରେ ନିବେଶ ବଢ଼ାଇ ଦେଇଥିବାରୁ ଦର ବୃଦ୍ଧି ପାଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାଣିଜ୍ୟ ଶୁଳ୍କର ବୈଧତା ନେଇ ଆମେରିକାର ସୁପ୍ରିମ କୋର୍ଟ ନିଷ୍ପତ୍ତି ଝୁଲାଇ ରଖିଥିବାରୁ ଏହାର ପ୍ରଭାବ ଆନ୍ତର୍ଜତିକ ସୁନା ବଜାର ଉପରେ ପଡ଼ିଛି।


