କିଛି ଦିନ ହେବ ଲଗାତାର ସୁନା ଏବଂ ରୂପା ଦର କମୁଛି
1 min read
ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି । କିଛି ଦିନ ହେବ ଲଗାତାର ସୁନା ଏବଂ ରୂପା ଦର କମୁଛି। ଆଜି ରାଜଧାନୀ ଭୁବନେଶ୍ଵରରେ ୨୪କ୍ୟାରେଟ ସୁନାର ଦାମ୍ ୧୦ଗ୍ରାମ୍ ପ୍ରତି ୧ଲକ୍ଷ ୪୫ହଜାର ୯୭୦ ଟଙ୍କା ରହିଛି। ଗତକାଲି ମଧ୍ୟ ସମାନ ଦର ରହିଥିଲା। ସେହିପରି ୨୨କ୍ୟାରେଟ ସୁନାର ଦାମ୍ ୧ଲକ୍ଷ ୩୩ହଜାର ୮୦୦ ଟଙ୍କା ହୋଇଛି । ଗତକାଲି ଏହାର ଦାମ ସ୍ଥିର ରହିଥିଲା।
ଅନ୍ୟପଟେ ରୂପା ଦରରେ ବି ଅହେତୁକ ପରିବର୍ତ୍ତନ ହୋଇଛି । ରୂପା ଦର ଆଜି ୨ ଲକ୍ଷ ୫୦ ହଜାର ଟଙ୍କା ରହିଛି। ଗତକାଲି ମଧ୍ୟ ରୂପା କିଲୋ ପିଛା ୨ଲକ୍ଷ ୫୦ ହଜାର ଟଙ୍କା ରହିଥିଲା । ତେବେ ପ୍ରଶ୍ନ ଉଠୁଛି କାହିଁକି ମୂଲ୍ୟ ହ୍ରାସ ପାଉଛି: ଆମେରିକାର ଫେଡେରାଲ ରିଜର୍ଭ ଅଧିକ ସମୟ ପାଇଁ ଆଶାଠାରୁ ଅଧିକ ସୁଧ ହାର ରଖିବ ବୋଲି ସଙ୍କେତ ଦେଇଛି। ଯେତେବେଳେ ସୁଧ ହାର ଉଚ୍ଚ ରହେ, ନିବେଶକମାନେ ସୁନା ବଦଳରେ ଡଲାରରେ ନିବେଶ କରିବାକୁ ପସନ୍ଦ କରନ୍ତି। ଏହା ସୁନାର ଚାହିଦା ହ୍ରାସ କରେ, ଯାହା ଏହାକୁ ଶସ୍ତା କରିଥାଏ।


