ସୁନା ଓ ରୁପା ଦର ବଢ଼ି ନୂଆ ରେକର୍ଡ କରିଚାଲିଛି
1 min read
ଭୁବନେଶ୍ବର: ବିଶ୍ବରେ ଭୂରାଜନୈତିକ ଅସ୍ଥିରତା କାରଣରୁ ସୁନା ଓ ରୁପା ଦର ବଢ଼ି ନୂଆ ରେକର୍ଡ କରିଚାଲିଛି। ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡ଼ିଛି। ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ପିଛା ଦର ଲକ୍ଷେ ତିରିଶ ହଜାର ଟଙ୍କା ଟପିଛି। ଶନିବାର ତୁଳନାରେ ଏହି ଦରରେ ୧୫୫୦ ଟଙ୍କାର ବୃଦ୍ଧି ଘଟିଛି। ୨୪ କ୍ୟାରେଟ୍ ସୁନା ଦର ୧୬୯୦ ଟଙ୍କା ବୃଦ୍ଧି ଘଟି ଲକ୍ଷେ ୪୨ ହଜାର ୧୫୦ ଟଙ୍କାରେ ପହଞ୍ଚିଛି। ସୁନା ଅପେକ୍ଷା ରୁପା ଦରରେ ବଡ଼ ବୃଦ୍ଧି ଘଟିଛି। କିଲୋଗ୍ରାମ ପିଛା ରୁପା ଦର ଆଜି ୧୨ ହଜାର ଟଙ୍କା ମହଙ୍ଗା ହୋଇଛି। ଏଥିଯୋଗୁ ରୁପା ଦର ଦୁଇ ଲକ୍ଷ ୮୭ ହଜାର ଟଙ୍କା ଛୁଇଁଛି।


