June 1, 2025

କୋହଲିଙ୍କୁ ପଛରେ ପକାଇଲେ ଗିଲ

1 min read

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ରେ ଜବରଦସ୍ତ ଫର୍ମରେ ଥିବା ଗୁଜରାଟ ଟାଇଟନ୍ସ (ଜିଟି) ଅଧିନାୟକ ଶୁବମନ ଗିଲ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷ ମ୍ୟାଚ୍‌ରେ ଟି୨୦ କ୍ୟାରିୟରରେ ୫ ହଜାର ରନ୍‌ ପୂରଣ କରିଛନ୍ତି। ଏହି ମ୍ୟାଚ୍‌ରେ ଗିଲ ୫୩ ବଲରେ ୩ ଚୌକା ଓ ୭ ଛକା ସହିତ ଅପରାଜିତ ୯୩ ରନ କରିଥିଲେ।

ଏହି ଅବସରରେ ଟି୨୦ ଫର୍ମାଟରେ ୫ ହଜାର ରନ ପୂରଣ କରିଥିବା ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ସେ ବିରାଟ କୋହଲିଙ୍କୁ ପଛରେ ପକାଇଛନ୍ତି। କୋହଲି ୧୬୭ତମ ଇନିଂସରେ ଏହି ମାଇଲଖୁଣ୍ଟରେ ପହଞ୍ଚିଥିବା ବେଳେ ଗିଲ ୧୫୪ତମ ଇନିଂସରେ ୫ ହଜାର ପୁରଣ କରିଛନ୍ତି।

ତେବେ ଟି୨୦ କ୍ରିକେଟରେ ୫୦୦୦ ରନ ପୂରଣ କରିବାରେ ଲୋକେଶ ରାହୁଲ ଦ୍ରୁତତମ ଭାରତୀୟ। ସେ ୧୪୩ ଇନିଂସରେ ଏହି ସଫଳତା ପାଇଥିଲେ। ଟି୨୦ରେ ଦ୍ରୁତ ୫ ହଜାର ରନ କରିବାର ରେକର୍ଡ କ୍ରିସ ଗେଲ(୧୩୨ ଇନିଂସ)ଙ୍କ ନାମରେ ରହିଛି। ଏହି ତାଲିକାରେ ତାଙ୍କ ପଛକୁ ରାହୁଲ (୧୪୩), ଶନ ମାର୍ଶ (୧୪୪), ଡେଭନ କନଓ୍ବେ (୧୪୪), ବାବର ଆଜମ (୧୪୫) ଓ ଗିଲ (୧୫୪) ରହିଛନ୍ତି