January 24, 2026

ଓଡ଼ିଶାରେ ଲିଥିୟମ, ଖୋଜୁଛି ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ

1 min read

ନୟାଗଡ଼: ନୟାଗଡ଼ ଜିଲାର ମାଟି ତଳେ ଲିଥିୟମ ଥିବା ସଙ୍କେତ ମିଳିଥିବାରୁ ଜିଓଲୋଜିକାଲି ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ଡ୍ରୋନ୍‌ ଜରିଆରେ ଖୋଜା ଅଭିଯାନ ଆରମ୍ଭ ହୋଇଛି। ଏପରି ପ୍ରାକୃତିକ ସମ୍ପଦ ଖୋଜିବା ପାଇଁ ନୂଆ ଟେକ୍ନୋଲୋଜି ବ୍ୟବହାର କରାଯାଇ ମୟୂରଭଞ୍ଜ ଜିଲାରେ ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଛି। ଲିଥିୟମ, କପର୍‌ ଭଳି କ୍ରିଟିକାଲ ଖଣିଜ ଉପରେ ସରକାରଙ୍କ ଗୁରୁତ୍ୱ ଦେଇ ସର୍ଚ୍ଚ ଅଭିଯାନ ଆରମ୍ଭ କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ଯେ, କଟକ ଜିଲାର ନାରାଜରେ ଜେଏସଡବ୍ଲ୍ୟୁ ଗ୍ରୁପ୍ ଏକ ଇଭି ଗାଡି ଏବଂ ଉପାଦାନ ଉତ୍ପାଦନ କାରଖାନା ସ୍ଥାପନ କରିବାକୁ ଯୋଜନା କରିଥିବାବେଳେ ଜଗତସିଂହପୁର ଜିଲାର ପାରାଦୀପରେ ଏକ ତମ୍ବା ସ୍ମେଲଟର ଏବଂ ଲିଥିୟମ୍ ରିଫାଇନାରୀ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛି।

ଏହି ପ୍ରୋଜେକ୍ଟରେ ୫୦ GWH EV ବ୍ୟାଟେରୀ ପ୍ଲାଣ୍ଟ, ଇଭି, ଲିଥିୟମ୍ ରିଫାଇନାରୀ, ତମ୍ବା ସ୍ମେଲଟର ଏବଂ ଆନୁଷଙ୍ଗିକ ଉପାଦାନ ଉତ୍ପାଦନ ୟୁନିଟ୍ ସ୍ଥାପନା ହେବାକୁ ଅଛି। କମ୍ପାନୀର ଉଚ୍ଚାଭିଳାଷୀ ଇଭି ଏବଂ ଉପାଦାନ ଉତ୍ପାଦନ ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟ୍ ଏକ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍ ଅନୁମୋଦନ କରିବା ପରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।