October 14, 2025

ବର୍ଷାକୁ ଖାତିର୍‌ ନ କରି ପାଳନ କଲେ ଗାନ୍ଧୀଜୟନ୍ତୀ

1 min read

ନିରାକାରପୁର: ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ନିରାକାରପୁର ସାହି ଠାରେ ଗାନ୍ଧୀଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗାନ୍ଧୀ ଜୟନ୍ତୀରେ ଗାନ୍ଧୀଶାନ୍ତି ପ୍ରତିଷ୍ଠାନର ସଭାପତି ଡ. ପୂର୍ଣଚନ୍ଦ୍ର ଦାଶଙ୍କ ସହିତ ଅନୁଷ୍ଠାନର ସଭ୍ୟ ଅଧ୍ୟାପକ ଶ୍ୟାମ ସୁନ୍ଦର ପଟ୍ଟନାୟକ, ସମାଜିକ କର୍ମୀ ପ୍ରସାଦ ଦାସ, ଖବରଦାତା ମାନସ କୁମାର ପଟ୍ଟନାୟକ, ହିମାଂଶୁ ଭୂଷଣ ଚମ୍ପତ୍ତିରାୟ, ଲଛମନ ନାୟକଏବଂ ବୈନ୍ତେୟ ନାରାୟଣ ଦାଶ, ଶୁଭମ ପଣ୍ଡା, ପଦିଆ କାଣ୍ଡି, ରବୀନ୍ଦ୍ର କାଣ୍ଡି, ପବିତ୍ର କାଣ୍ଡି, ନାଗେଶ୍ୱରୀ ପ୍ରଧାନ, ମାମି ସାହୁ, ସୁରେଖା ଦାଶ, ତେଜସ୍ବିନୀ ଦାଶ, ଇନ୍ଦିରା ପ୍ରିୟଦର୍ଶିନୀ, ଋତୁପର୍ଣ୍ଣା ପାଢ଼ୀ, ସାଇ ଶ୍ରୀ ଅନୁରାଗ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀଙ୍କର ପ୍ରିୟ ଭଜନ ବୈଷ୍ଣବ ଜନ ତେନୋ କହିୟୋ ଏବଂ ରାମ ଧୂନ ଗାନ କରିଥିଲେ । ବର୍ତ୍ତମାନ ସମୟରେ ଗାନ୍ଧୀବିଚାରର ପ୍ରାସଙ୍ଗିକତା ଉପରେ ଆଲୋଚନା କରାଯାଇଥିଲା । ବର୍ଷା ଲାଗି ରହିଥିଲେ ମଧ୍ୟ ଗାନ୍ଧୀ ବାଦୀମାନେ ଉତ୍ସାହର ସହ ଗାନ୍ଧୀ ଜୟନ୍ତୀ ପାଳନ କରିଛନ୍ତି।