March 11, 2026

ହାଡ଼ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି

1 min read

ଜି.ଉଦୟଗିରି: ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି। ପ୍ରତିଦିନ ଶୀତ କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସା ହେଲା ମାତ୍ରେ ଲୋକେ ଶୀତ ଦାଉରୁ ରକ୍ଷା ପାଇବାକୁ ନିଆଁର ସାହାରା ନେଉଛନ୍ତି। ସକାଳ ୧୦ଟା ପର୍ଯ୍ୟନ୍ତ ଘରୁ ବାହାରିବା କଷ୍ଟ ହୋଇପଡୁଛି। ହାଡ଼ ଭଙ୍ଗା ଶୀତର ପ୍ରକୋପରେ ବରିଷ୍ଠ ନାଗରିକଙ୍କ ସହ ବୟୋଜେଷ୍ଠ ବୃଦ୍ଧାବୃଦ୍ଧ କଷ୍ଟ ଅନୁଭବ କରୁଛନ୍ତି। ଶନିବାର ସନ୍ଧ୍ୟାଠାରୁ ଶୀତର ପ୍ରକୋପ ବଢ଼ିବା ଅନୁଭୂତ ହୋଇଥିଲା। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ ରବିବାର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ କରାଯାଇଛି। ଅସହ୍ୟ ଥଣ୍ଡା ଜାଡ଼ରେ ଦେହ କାଲୁଆ ହେଉଥିବା ବେଳେ ଅଞ୍ଚଳବାସୀଙ୍କ ପାଇଁ ନିଆଁ ହିଁ ଏକମାତ୍ର ସାହା ଭରସା।