May 19, 2025

ବୁଡ଼ିଗଲେ ଚାରି ନାବଳକ, ଦୁଇ ଜଣ ଯୁବକ

1 min read

ଭୁବନେଶ୍ବର: ଜଳର ସ୍ଥିତି ନପରଖି ପଶିବା କାଳ ହୋଇଛି। ପୋଖରୀ ଓ ନଦୀରେ ବୁଡ଼ି ୬ ଜଣଙ୍କର ପ୍ରାଣହାନୀ ଘଟିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୪ ଜଣ ନାବାଳକଙ୍କ ସମେତ ମୋଟ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ନାବାଳକମାନେ ହେଲେ ଉମାକାନ୍ତ ନାୟକ, ରିତେଶ ପ୍ରଧାନ, ଶୁଭ ଖିଲାର ଓ ସୂର୍ଯ୍ୟକାନ୍ତ ମାଝୀ। ଦୁଇ ଜଣ ଯୁବକଙ୍କର ପରିଚୟ ମିଳିପାରି ନାହିଁ।

ଦଶପଲ୍ଲା ଥାନା ଗୋଡ଼ିବିଡା ଗାଁରେ ଆଜି ଏକ ବଡ଼ ଅଘଟଣ ଘଟିଛି। ଏଠାରେ ପାଣିରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ଗୋଡ଼ିବିଡା ଗାଁର ଉମାକାନ୍ତ ନାୟକ, ଖାଲମଡା ଗାଁର ରିତେଶ ପ୍ରଧାନ ଓ ବାହାଡାଝୋଲା ପୋଡ଼ାସାହି ଗାଁର ଶୁଭ ଖିଲାର ଏକ ବିବାହ କାର୍ଯ୍ୟରେ ଯୋଗ ଦେବାପାଇଁ ପରିବାର ସହ ଆସିଥିଲେl ସକାଳୁ ଉମାକାନ୍ତଙ୍କ ସହ ମିଶି ରିତେଶ ଓ ଶୁଭ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେl ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜା ଖୋଜି କରିବା ପରେ ପୋଖରୀ ନିକଟରୁ ନାବାଳକଙ୍କ ସାଇକେଲ ଓ ଚପଲ ମିଳିଥିଲାl ଏହାପରେ ୩ ଜଣଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲଶ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେl ୩ ନାବାଳକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।