January 23, 2026

ତନେଇରା ସିଜନ ସେଲ୍‌ରେ ଫ୍ଲାଟ୍‌ ୪୦% ରିହାତି

1 min read

ଭୁବନେଶ୍ବର: ହସ୍ତତନ୍ତ ଶାଢ଼ି ଓ ପୋଷାକର ଅଗ୍ରଣୀ ଅନୁଷ୍ଠାନ ତନେଇରା ପକ୍ଷରୁ ସିଜନ୍‌ ସେଲ୍‌ ଘୋଷଣା କରାଯାଇଛି। ଏଥିରେ ଗ୍ରାହକମାନେ ଶାଢ଼ି, ବ୍ଲାଉଡ୍‌, କୁର୍ତା ଓ କୁର୍ତା ସେଟ୍‌ ଉପରେ ଫ୍ଲାଟ୍‌ ୪୦ ପ୍ରତିଶତ ରିହାତି ପାଇପାରିବେ। ତେନଇରାର ଚନ୍ଦ୍ରଶେଖରପୁର ଷ୍ଟୋର୍‌ରେ ଏ ସମ୍ପର୍କରେ ଘୋଷଣା କରାଯାଇଛି। ଗ୍ରାହକମାନେ ଷ୍ଟୋର୍‌ରୁ ବିବାହ, ଉତ୍ସବ, ପୂଜା, କାର୍ଯ୍ୟକ୍ଷେତ୍ର ଓ ନିତିଦିନିଆ ବ୍ୟବହାର ପାଇଁ ପୋଷାକ କିଣିପାରିବେ। ଷ୍ଟୋର୍‌ରେ ଏକ ଉତ୍ସର୍ଗୀକୃତ ବିବାହ ଜୋନ୍‌ ରହିଛି।

ଏହି ଅବସରରେ ତନେଇରାର ବ୍ୟବସାୟ ପ୍ରବନ୍ଧକ ସୁମିତ ଘୋଷ କହିଛନ୍ତି ଯେ ଅସଲି ଓ ହାତତିଆରି ପୋଷାକ ଜରିଆରେ ଭାରତର ସମୃଦ୍ଧ ବୟନ ଐତିହ୍ୟକୁ ପାଳନ କରିବା ପାଇଁ ତନେଇରାରେ ଆମେ ଗୁରୁତ୍ବ ଦେଉଛୁ। ସିଜନ୍‌ ସେଲ୍‌ରେ ଆମେ ଗ୍ରାହକମାନଙ୍କୁ ଭାରତର ଉଲ୍ଲେଖନୀୟ ଶାଢ଼ି ଚୟନ କରିବା ପାଇଁ ଆମନ୍ତ୍ରଣ କରୁଛୁ। ତନେଇରାର ସିଲ୍କ ଶାଢ଼ିରେ ସିଲ୍କ ମାର୍କ ଓ ଜରି ସାର୍ଟିଫିକେସନ ରହିଛି।