୨୦୨୬ ପ୍ରଥମ ଆଇସିସି ରାଙ୍କିଂ ଜାରି
1 min read
ନୂଆଦିଲ୍ଲୀ: ୨୦୨୬ ପ୍ରଥମ ଆଇସିସି ରାଙ୍କିଂ ଜାରି ହୋଇଛି । ଏହାରି ଭିତରେ ପୁଣି ଫର୍ମକୁ ଫେରିଛନ୍ତି ବିରାଟ କୋହଲି । ବିରାଟ କୋହଲି ପୁଣି ଥରେ ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ବିରାଟ କୋହଲି ନମ୍ବର ୱାନ୍ ବ୍ୟାଟର ହୋଇଛନ୍ତି । ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ କୋହଲିଙ୍କୁ ନମ୍ବର-୧ ମାନ୍ୟତା ମିଳିଛି। କୋହଲି ରୋହିତ୍ ଶର୍ମାଙ୍କୁ ପଛରେ ପକାଇଛନ୍ତି। ମାନ୍ୟତାରେ ୬ ପଏଣ୍ଟ ହରାଇ ରୋହିତ ୩ ନଂକୁ ଖସି ଆସିଛନ୍ତି। ନ୍ୟୁଜିଲାଣ୍ଡର ଡାରିଲ ମିଚେଲ୍ ଓଡିଆଇ ବ୍ୟାଟିଂ ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ କୋହଲିଙ୍କ ୯୧ ବଲ୍ ରୁ ୯୩ ରନର ଇନିଂସ ଭାରତୀୟ ଦଳକୁ ରନ ଚେଜ୍ କରିବାରେ ସାହାଯ୍ୟ କରିଥିଲା। ଯାହା ଫଳରେ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା। ଆଉ ଏବେ କୋହଲି ଓଡିଆଇରେ ନମ୍ବର ୧ ବ୍ୟାଟ୍ସମ୍ୟାନ ହୋଇ ନିଜର ଶ୍ରେଷ୍ଠତା ପୁନଃ ହାସଲ କରିଛନ୍ତି।
ଆଇସିସି ଓଡିଆଇ ରାଙ୍କିଂରେ ବିରାଟ କୋହଲି ୭୮୫ ରେଟିଂ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ ଡାରିଲ ମିଚେଲ ୭୮୪ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ରୋହିତ ଶର୍ମା ୭୭୫ ରେଟିଂ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ଶୁବମନ ଗିଲ ପଞ୍ଚମ ସ୍ଥାନରେ ଏବଂ ଶ୍ରେୟସ ଆୟର ୧୦ ମ ସ୍ଥାନରେ ରହିଛନ୍ତି ।


