Categories

February 9, 2026

ଧାନ ଉଠାଇବା ଦାବି ନେଇ ଚାଷୀଙ୍କ ରାସ୍ତାରୋକ

1 min read

କାଲିମେଳା: ମଣ୍ଡିରୁ ଧାନ ଉଠୁ ନ ଥିବାରୁ ଆଜି ଶତାଧିକ ଚାଷୀ କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା-ମୋଟୁ ୩୨୬ ଜାତୀୟ ରାଜପଥର ଲକ୍ଷ୍ମୀପୁର ନିକଟରେ ଚାଷୀମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତାରେ ଚାଷୀମାନେ ବସି ବାରୁ ରାସ୍ତାର ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଥିବାର ଦେଖିବାକୁ ମିଳିଥିଲା। ଖବର ପାଇ ଏମଭି ୭୯ ପୁଲିସ ଓ କାଲିମେଳା ତହସିଲଦାର ରାମକୃଷ୍ଣ ସତ୍ୟ ରାଜଗୁରୁ, କାଲିମେଳା ଯୋଗାଣ ନିରୀକ୍ଷକ ଚିନ୍ମୟ କୁମାର ସାହୁ, କାଲିମେଳା ଲ୍ୟମ୍ପସ ଏମଡି ଚନ୍ଦନ ମାଦଳା ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ପ୍ରତ୍ୟେକ ଶୁକ୍ରବାର ଦିନ ଲୁଗେଲ ଠାରେ ହେଉଥିବା ଧାନ ମଣ୍ଡିରେ ୩ହଜାର କୁଇଣ୍ଟାଲ ଧାନ କିଣା ଯିବାକୁ ନିଷ୍ପତ୍ତି ହୋଇଥିଲା।
ତେବେ ମିଲରଙ୍କ ଟାର୍ଗେଟ ନ ଥିବାରୁ ଏହି ଧାନ ମଣ୍ଡିରୁ ୩ହଜାର କୁଇଣ୍ଟାଲ ଧାନ ବଦଳ ରେ ମିଲର ମାନେ ୧୫ସହ କୁଇଣ୍ଟାଲ ଧାନ ନେବାରୁ ଅଧିକାଂଶ ଚାଷୀ ଙ୍କର ଟୋକେନ ଥାଇ ମଧ୍ୟ ମଣ୍ଡିରୁ ଧାନ ଉଠି ନ ଥିଲା। ଅନ୍ୟପକ୍ଷରେ ଚାଷୀ ଙ୍କର ସହ ସହ କୁଇଣ୍ଟାଲ ଧାନ ପଡ଼ି ରହିଥିବା ବେଳେ ବର୍ତମାନ ସୁଦ୍ଧା ଧାନ ଉଠା ଯାଇ ନଥିବାରୁ ଚାଷୀମାନେ ଆଜି ବାଧ୍ୟ ହୋଇ ରାସ୍ତାରୋକ କରିଥିବାର ଜଣାପଡ଼ିଛି। ତେବେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ ଯୋଗୁଁ ଆନ୍ଧ୍ର ଓ ତେଲେଙ୍ଗାନାରୁ ମାଲକାନଗିରି ଅଭିମୁଖେ ଆସୁଥିବା ଓ ବିପରୀତ ଦିଗରେ ଯିବାକୁ ଥିବା ଅନେକ ମାଲବାହି ଟ୍ରକ, ଦୂରଗାମୀ ବସ ଉଭୟ ପଟେ ଅଟକି ରହିଥିଲା।ତେବେ ଆସନ୍ତା ସୋମବାର ଓ ଶୁକ୍ରବାର ଦିନ ମଣ୍ଡି ମାଧ୍ୟମରେ ଚାଷୀଙ୍କ ଠାରୁ ଟାର୍ଗେଟ ଅନୁସାରେ ସମସ୍ତ ଧାନ କିଣା ଯିବାକୁ ବିଭାଗୀୟ ଅଧିକରୀ ମାନେ ପ୍ରତିଶ୍ରୁତି ଦେବାରୁ ଚାଷୀମାନେ ରାସ୍ତାରୋକରୁ ହଟିଥିଲେ।