March 26, 2026

ବିନା KYCରେ ଚାଲିବନି ଫେସବୁକ୍-ଇନଷ୍ଟାଗ୍ରାମ

1 min read

ନୂଆଦିଲ୍ଲୀ: ଆଜିର ସମୟରେ ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। କିନ୍ତୁ ଏହା ସହିତ ଜଡିତ ସମସ୍ୟା ଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି ଆକାଉଣ୍ଟ, ଅନଲାଇନ୍ ଠକେଇ ଏବଂ ମହିଳା ଏବଂ ଶିଶୁଙ୍କ ବିରୋଧରେ ସାଇବର ଅପରାଧ ଗମ୍ଭୀର ଚିନ୍ତାର କାରଣ ପାଲଟିଛି। ଏହି ସମୟରେ, ଏକ ବଡ଼ ପରିବର୍ତ୍ତନ ହୋଇପାରେ। ସରକାର ସୋସିଆଲ ମିଡିଆ ବ୍ୟବହାର ପାଇଁ କେଓ୍ବାଇସି ବାଧ୍ୟତାମୂଳକ କରିବାକୁ ବିଚାର କରୁଛନ୍ତି। ଏକ ସଂସଦୀୟ କମିଟି ଭାରତରେ ସୋସିଆଲ ମିଡିଆ, ଡେଟିଂ ଆପ୍ସ ଏବଂ ଅନଲାଇନ୍ ଗେମିଂ ପ୍ଲାଟଫର୍ମ ପାଇଁ କେଓ୍ବାଇସି ଆଧାରିତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ସୁପାରିଶ କରାଯାଇଛି। ଏହାର ଲକ୍ଷ୍ୟ ହେଉଛି ଅନଲାଇନ୍ ସୁରକ୍ଷା।