ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର
1 min read
ଝରିଗାଁ: ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝରିଗାଁ ବ୍ଳକ ବେଳଗାଁ ପଂଚାୟତର ମହଣ୍ଡି ଗ୍ରାମରେ। ସୂଚନା ପ୍ରକାରେ ମହଣ୍ଡି ଗ୍ରାମର ପଳସ ରାମ ଗୌଡ଼ (୫୫) ଗୁରୁବାର ଦିନ ଭୋର ସକାଳୁ ଉଠି ମହୁଳ ସଂଗ୍ରହ ପାଇଁ ନିଜ ଜମିକୁ ଯାଇଥିଲେ। ହେଲେ ଗଛମୂଳେ ପହଂଚିବା ପରେ ଦୁଇଟା ଭାଲୁ ଅତର୍କିତ ଭାବେ ପଳସ ରାମକୁ ଆକ୍ରମଣ କରିଥିଲେ। ପଳସ ରାମ ଚିତ୍କାର କରିବାରୁ ଆଖପାଖ ମହୁଲ ଗଛରେ ଥିବା ଲୋକେ ଦୌଡ଼ି ଆସି ଲହୁଲୋହାଣ ଅବସ୍ଥାରେ ପଳସ ରାମକୁ ଉଦ୍ଧାର କରି ଝରିଗାଁ ଡାକ୍ତରଖାନାରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ପଳସ ରାମର ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ଜଣାପଡିଛି।


