January 23, 2026

ଭୂମିକମ୍ପରେ ଥରି ଉଠିଲା ଲେହ-ଲଦାଖ

1 min read

ଲେହ: ଉତ୍ତର ପଶ୍ଚିମ କାଶ୍ମୀରରେ ସୋମବାର ସକାଳେ ୫.୭ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁଯାୟୀ ଭୂମିକମ୍ପ ଦିନ ୧୧ ଟା ୫୧ ମିନିଟରେ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ର ଲେହ ଲଦାଖ ଅଞ୍ଚଳରେ ୧୭୧ କିମି ଗଭୀରତାରେ ରହିଥିଲା। ଭୂକମ୍ପର ଏତେ ଜୋରଦାର ଥିଲା ଯେ ସମ୍ପୂର୍ଣ୍ଣ ଲେହ-ଲଦାଖ ଅଞ୍ଚଳ ଭୂମିକମ୍ପ ଝଟ୍‌କା ଯୋଗୁ ଥରି ଉଠିଥିଲା। ଲେହ-ଲଦାଖ ହିମାଳୟ ବେଲ୍ଟର ଭୂମିକମ୍ପ ପ୍ରବଣ ଅଞ୍ଚଳରେ ଆସୁଛି। ଭୂମିକମ୍ପ ଜନିତ କ୍ଷୟକ୍ଷତି ରିପୋର୍ଟ ତୁରନ୍ତ ମିଳିପାରିନାହିଁ। ତେବେ ସ୍ଥିତି ଉପରେ ନଜର ରଖାଯାଇଥିବାବେଳେ ଲୋକଙ୍କୁ ଭୂମିକମ୍ପ ପରବର୍ତ୍ତୀ ଝଟ୍‌କା ନେଇ ସତର୍କ ରହିବାକୁ କୁହାଯାଇଛି। ସୋମବାର ସକାଳେ ରାଜଧାନୀ ଦିଲ୍ଲୀରେ ୨.୮ ତୀବ୍ରତା ଭୂମିକମ୍ପ ଅନୁଭୂତ ହୋଇଛି। ଭୂବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସକାଳ ୮.୪୪ରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ର ଉତ୍ତର ଦିଲ୍ଲୀରେ ମାତ୍ର ୫ କିମି ଗଭୀରତାରେ ରହିଥିଲା।